Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ତୃତୀୟ ଥର ବାରାଣସୀ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଭରିଛନ୍ତି ପ୍ରଧାନମନ୍ତ୍ରୀ

National

ତୃତୀୟ ଥର ବାରାଣସୀ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଭରିଛନ୍ତି ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·2 min read
ତୃତୀୟ ଥର ବାରାଣସୀ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଭରିଛନ୍ତି ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ତୃତୀୟ ଥର ବାରଣାସୀ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଭରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ 4 ପ୍ରସ୍ତାବକଙ୍କ ମଧ୍ୟରେ ରାମ ମନ୍ଦିର ପ୍ରତିଷ୍ଠା ପୂଜାର ମୁଖ୍ୟ ପୂଜାରୀ ଗଣେଶ୍ବର ଶାସ୍ତ୍ରୀ ରହିଥିଲେ । ନାମାଙ୍କନ ବେଳେ ଉପସ୍ଥିତ ରହିଥିଲେ 19ଟି ରାଜନୈତିକ ଦଳର ପ୍ରତିନିଧି । 2014ରେ ସରକାର ଗଠନର ଆଶା, 2019ରେ 300 ସିଟର ଭରସା ଆଉ 2024ରେ 400 ପାରର ଗ୍ୟାରେଣ୍ଟି ସହ ଆଗକୁ ବଢୁଛି ବିଜେପି ।

କାଲି ରୋଡ୍ ଶୋ ଥିଲା ଟ୍ରେଲର । ଆଜି ବାରଣାସୀ ଦେଖିଛି ଫିଲ୍ମ । ବିଶ୍ବର ସର୍ବବୃହତ ରାଜନୈତିକ ଦଳର ଚେହେରା, ବିଶ୍ବପଟ୍ଟଳରେ ଭାରତର ପରିଚୟ ତଥା ଜନନାୟକଙ୍କ ପାଇଁ ଲୋକଙ୍କ ହୃଦୟରେ କେତେ ଭଲ ପାଇବା, କେତେ ସମ୍ମାନର ତାର ନଜାରା ପେଶ କରିଛନ୍ତି ବାରଣାସୀବାସୀ । ସେଥିପାଇଁ ତ  ସାରା ଦେଶର ନଜର ଅଟକି ରହିଥିଲା ଟିଭି ପରଦାରେ । କାହିଁକି ନା ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ବନିବାକୁ ୟୁପି ବାରଣାସୀରୁ ନାମାଙ୍କନ ଭରୁଥିଲେ ପ୍ରଧାନମନ୍ତ୍ରୀ ମୋଦି । ସାଥିରେ ଥିଲେ ବେଦଜ୍ଞ ତଥା ଜ୍ୟୋର୍ତି ବିଷାରଦ ପଣ୍ଡିତ ଗଣେଶ୍ବର ଶାସ୍ତ୍ରୀ ।

ଗଣେଶ୍ବର ଶାସ୍ତ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ମୁହୂର୍ତ୍ତ ଯେ ନିର୍ଦ୍ଧାରଣ କରିଥିଲେ ତାହା ନୁହେଁ, ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ବେଳେ ସେ ହିଁ ଥିଲେ ମୁଖ୍ୟ ପୂଜାରୀ । ପ୍ରଧାନମନ୍ତ୍ରୀ ଦିନ ୧୧.୫୫ରେ ନାମାଙ୍କନ ଦାଖଲ କରିଥିଲେ, ଯାହା ପଣ୍ଡିତ ଶାସ୍ତ୍ରୀଙ୍କ ଦ୍ବାରା ହିଁ ନିର୍ଦ୍ଧାରିତ ହୋଇଥିଲା । ତେଣୁ ନାମାଙ୍କନ ମାଧ୍ୟମରେ ଭାରତୀୟ ବିଚାରକୁ ଧର୍ମର ବୈଜ୍ଞାନିକ ଆଧାରକୁ ବିଶ୍ବରେ ପୁଣି ପ୍ରତିପାଦିତ କରିଛନ୍ତି ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ  ବୈଜନାଥ ପଟେଲ ଓ ଲାଲଚନ୍ଦ କୁଶୱାହା  ଓବିସି ବର୍ଗରୁ ଏବଂ ସଞ୍ଜୟ ସୋନକର, ଦଳିତ ବର୍ଗରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କର ପ୍ରସ୍ତାବକ ରହିଛନ୍ତି ।

ପ୍ରାୟ ଅଧଘଣ୍ଟା କାଳ ମୋଦିଙ୍କ ପ୍ରାର୍ଥିପତ୍ର ଯାଞ୍ଚ କରିଥିଲେ ରିଟର୍ଣ୍ଣିଂ ଅଫିସର ତଥା ବାରଣାସୀ ଜିଲ୍ଲାପାଳ ।  ବାରଣାସୀ ଲୋକସଭା ଆସନରୁ ତୃତୀୟ ଥର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପିଏମ୍ । ତେବେ ନୋମିନେସନ ପୂର୍ବରୁ ଆଜି ସକାଳେ ପ୍ରଥମେ ଗଙ୍ଗାକୂଳରେ ଦଶାଶ୍ବମେଧ ଘାଟରେ ମାଆ ଗଙ୍ଗାଙ୍କର ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ । ପରେ ପ୍ରତିବର୍ଷ ପରି କାଳ ଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରତି କାଶୀବାସୀଙ୍କର ଭଲପାଇବା ବି ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀଙ୍କ ଝଲକ ପାଇବା ସହ ପୁଷ୍ପବୃଷ୍ଟି କରିଥିଲେ ସମବେତ ଜନତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ମୋଦିଙ୍କ ନୋମିନେସନ ଆଳରେ ଆଜି ଏନଡିଏ ଶକ୍ତି ପ୍ରଦର୍ଶନ ମଧ୍ୟ କରିଛି । ୧୯ରୁ ଅଧିକ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଆଜି ପ୍ରଧାନମନ୍ତ୍ରୀଙ୍କ ନୋମିନେସନରେ ସାମିଲ ହୋଇଛନ୍ତି ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଚନ୍ଦ୍ରବାବୁ ନାଇଡ଼ୁଙ୍କ ଠାରୁ ଆରମ୍ଭ କରି ଜିତନ ରାମ ମାଁଝୀ,  ପ୍ରଫୁଲ୍ଲ ପଟେଲଙ୍କ ଠାରୁ ଆରମ୍ଭ କରି ପୱନ କଲ୍ୟାଣ, ଚିରାଗ ପାଶୱାନଙ୍କ ଠାରୁ ଆରମ୍ଭ କରି ଏକନାଥ ସିନ୍ଦେ ଏବଂ ଓପି ରାଜଭର, ଅନୁପ୍ରିୟା ପଟେଲ, ଜୟନ୍ତ ଚୌଧୁରୀ, ଅତୁଲ ବୋରାଙ୍କ ପରି ନେତା । ଏହା ପରେ ନଡ୍ଡା, ଶାହ ଓ ରାଜନାଥଙ୍କ ସହ ଏନଡିଏ ନେତାମାନଙ୍କ ସାଙ୍ଗରେ ବୈଠକ ସାରି ପ୍ରଧାନମନ୍ତ୍ରୀ ବାହାରକୁ ଆସି ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ ।

 ମୋଟାମୋଟି ୨୦୧୯ରେ ୩୦୦ ପାର୍ ନାରା ସଫଳ କରିବା ପରେ ଏଥର ବିଜେପି ଅବକୀ ବାର୍ ୪୦୦ ପାର୍ ନାରା କ୍ରସ୍ କରିବା ପାଇଁ ସମ୍ପୂର୍ଣ୍ଣ ତୟାର, ଯାହା ଆଜି ପ୍ରଧାନମନ୍ତ୍ରୀଙ୍କ ନୋମିନେସନରୁ ସ୍ପଷ୍ଟ ହୋଇଯାଇଛି ।

 

Painting
Sponsored
Prime Minister has filed his nomination papers from the Varanasi Lok Sabha seat for the third time | Argus News