Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

'ଭାରତକୁ ବିକାଶ ପଥରେ କେଉଁ ଶକ୍ତି ଅଟକାଇପାରିବ ନାହିଁ' 

Smruti Parija
Browse all articles by Smruti Parija
·2 years ago·1 min read
'ଭାରତକୁ ବିକାଶ ପଥରେ କେଉଁ ଶକ୍ତି ଅଟକାଇପାରିବ ନାହିଁ' 

ଅର୍ଗସ ବ୍ୟୁରୋ: ମନ କି ବାତରେ ସମସ୍ତଙ୍କୁ ଫିଟ୍ ଓ ସୁସ୍ଥ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀ ଫିଟ୍ ଇଣ୍ଡିଆ ସହ ଯୋଡି ହୋଇ ରୁହନ୍ତୁ । ଆଜି 2023 ମସିହାର ଶେଷ ଦିନ, ରାତି ପାହିଲେ ନୂଆବର୍ଷ । ନୂଆବର୍ଷରେ ଆମକୁ ନୂଆ ଶପଥ ନେବାକୁ ପଡିବ । ଯେଉଁ ଦେଶ ପରାକାଷ୍ଠାକୁ ଗୁରୁତ୍ବ ଦିଏନି ତାର ପ୍ରଗତି ଅସମ୍ଭବ । ଭାରତ ଏବେ ରୋକିବନି, ଆଗକୁ ଆଗେଇ ଚାଲିବ । ଭାରତର ଏ ବିକାଶଯାତ୍ରା ଆଗକୁ ବି ଜାରି ରହିବ । 

ଚଳିତ ବର୍ଷର ଶେଷ ମନ କି ବାତ କାର୍ଯ୍ୟକ୍ରମ, ୧୧ଟାରେ ପ୍ରସାରଣ ହେବ ୧୦୮ ତମ ସଂସ୍କରଣ

ମହିଳା ବୈଜ୍ଞାନିକଙ୍କ ପାଇଁ ଦେଶ ଏବେ ଗର୍ବ ଅନୁଭବ କରୁଛି । ଭାରତକୁ ବିକାଶ ପଥରେ କୋଉ ଶକ୍ତି ଅଟକାଇପାରିବ ନାହିଁ । ସାରା ଭାରତ ଏବେ ଭୋକାଲ୍ ଫର୍ ଲୋକାଲକୁ ଗୁରୁତ୍ବ ଦେଉଛି । ଦେଶ ଏବେ ଆତ୍ମନିର୍ଭରତାର ଶକ୍ତିରେ ଭରପୂର ରହିଛି । ଆମ ସମସ୍ତଙ୍କ ମିଳିତ ସହଯୋଗରେ ଦେଶ ଆଗକୁ ବଢୁଛି । ସୁଖର କଥା ଆମ ଦେଶ ସବୁ କ୍ଷେତ୍ରରେ ଗବେଷଣା ଜାରି ରଖିଛି । ଆମ ସାମର୍ଥ୍ୟ ପ୍ରଦର୍ଶନ ଜାରି ରହୁ, ନୂଆବର୍ଷରେ ଏହି ଆଶା ବୋଲି ମନ କୀ ବାତର 108 ତମ ସଂସ୍କରଣରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Prime Minister-modi- advised everyone to stay fit and healthy in Man Ki Baat | Argus News