ଦୀର୍ଘ ୪୫ ଘଣ୍ଟାର ଧ୍ୟାନ ଶେଷ କଲେ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ: ତାମିଲନାଡ଼ୁର କନ୍ୟାକୁମାରୀରେ ବିବେକାନନ୍ଦ ମେମୋରିଆଲରେ ଶିଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇଦିନିଆ ଧ୍ୟାନ ସମାପ୍ତ କରିଛନ୍ତି।
ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଲୋକସଭା ନିର୍ବାଚନ ପ୍ରଚାର ଶେଷ କରି କନ୍ୟାକୁମାରୀ ଯାଇ ଧ୍ୟାନରେ ବସିଥିଲେ।
#WATCH | PM Modi ends two-day-long meditation at Vivekananda Rock Memorial in Kanyakumari, Tamil Nadu pic.twitter.com/TY7snigzZI
📱 Get Argus News App
✨ପ୍ରଧାନମନ୍ତ୍ରୀ ପ୍ରାୟ ୪୫ ଘଣ୍ଟା ଧ୍ୟାନରେ ବସିଥିଲେ।
ତପସ୍ୟାରେ ନିମଗ୍ନ ମୋଦି, ସାମ୍ନାକୁ ଆସିଲା ଫଟୋ
ଗୁରୁବାର ସନ୍ଧ୍ୟାରେ ମୋଦି ଥିରୁବନ୍ତପୁରମରେ ପହଂଚିବାପରେ ଏହି ତପଭୂମିକୁ ଆସିଥିଲେ। ଭଗବତୀ ଅମନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପ୍ରସାଦ ପାଇବା ପରେ ଏକ ଫଟୋ ଫ୍ରେମ ଦିଆଯାଇଥିଲା ପ୍ରଧାନମନ୍ତ୍ରୀଙ୍କୁ। ଏହା ପରେ ଯୋଗ ମୁଦ୍ରାରେ ବସିଥିଲେ ମୋଦି। ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ଏହି ସ୍ମାରକୀ ନିକଟକୁ ଯାଇଥିଲେ। ୧୮୯୨ ଶେଷ ଆଡ଼କୁ ସମୁଦ୍ର ଭିତରେ ଥିବା ଏହି ଶିଳାରେ ସ୍ବାମୀ ବିବେକାନନ୍ଦ ଧ୍ୟାନ କରିଥିଲେ।