Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଉସ୍ତାଦ ଜାକିର ହୁସେନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

National

ଉସ୍ତାଦ ଜାକିର ହୁସେନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

Ritu Das
Browse all articles by Ritu Das
·1 year ago·1 min read
ଉସ୍ତାଦ ଜାକିର ହୁସେନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ: ପ୍ରସିଦ୍ଧ ତବଲା ବାଦକ ଉସ୍ତାଦ୍ ଜାକିର ହୁସେନ୍‌ଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଉସ୍ତାଦ୍ ଜାକିର ହୁସେନଙ୍କୁ ଜଣେ ମହାନ ବ୍ୟକ୍ତି ଭାବରେ ସ୍ମରଣ କରାଯିବ, ଯିଏ ଭାରତୀୟ ସଂସ୍କୃତିକୁ ଏକ ନୂତନ ପରିଚୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସାଂସ୍କୃତିକ ଏକତାର ସ୍ତମ୍ଭ ବୋଲି ମଧ୍ୟ କହିଛନ୍ତି।

ସୋମବାର ସକାଳେ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଜାକିର ହୁସେନଙ୍କ ଦେହାନ୍ତ ହୋଇଛି। ଆମେରିକାରେ ରହୁଥିବା 73 ବର୍ଷୀୟ ତବଲା ବାଦକଙ୍କ ହୃଦୟ ସମ୍ବନ୍ଧୀୟ ସମସ୍ୟା ହେତୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜାକିରଙ୍କୁ ପ୍ରାୟ 2 ସପ୍ତାହ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ରବିବାର ଦିନ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଏବଂ ପରେ ତାଙ୍କୁ ଆଇସିୟୁରେ ଚିକିତ୍ସାଧିନ ଅବସ୍ଥାର ରଖାଯାଇଥିଲା।

ଜାକିର ହୁସେନ୍‌ଙ୍କ ଦେହାନ୍ତରେ ସମବେଦନା ଜଣାଇ ପିଏମ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ ସେ ତବଲାକୁ ବିଶ୍ୱ ମଞ୍ଚକୁ ଆଣିଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ତାଙ୍କ ଅନନ୍ୟ ତାଳରେ ଆନନ୍ଦିତ କରିଛନ୍ତି, ଏବଂ ଭାରତୀୟ ଶାସ୍ତ୍ରୀୟ ପରମ୍ପରାକୁ ବିଶ୍ୱ ସଙ୍ଗୀତ ସହିତ ମିଶ୍ରଣ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
ଉସ୍ତାଦ ଜାକିର ହୁସେନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି | Argus News