Videos
|
National

ପ୍ରଧାନମନ୍ତ୍ରୀ ମୋଦି ପୁଣି ହୋଇଛନ୍ତି ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା

Rashmita Mishra
Browse all articles by Rashmita Mishra
·1 year ago·1 min read
ପ୍ରଧାନମନ୍ତ୍ରୀ ମୋଦି ପୁଣି ହୋଇଛନ୍ତି ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା

Key Points

ବିଶ୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢୁଛି

ପ୍ରଧାନମନ୍ତ୍ରୀ ମୋଦି ପୁଣି ହୋଇଛନ୍ତି ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା

ବିଜିନେସ୍‌ ଇଣ୍ଟେଲିଜେନ୍ସି କଂପାନୀ `ମର୍ଣ୍ଣିଂ କନ୍‌ସଲ୍ଟ' ପକ୍ଷରୁ କରାଯାଇଥିଲା ସର୍ଭେ

ବିଶ୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଶିଖର ଛୁଇଁଛି । ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ଭାବେ ମୋଦି ପୁଣି ଥରେ ବିବେଚିତ ହୋଇଛନ୍ତି । ବିଜିନେସ୍ ଇଣ୍ଟେଲିଜେନ୍ସ କମ୍ପାନୀ ମର୍ଣ୍ଣିଂ କନସଲ୍ଟ ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ମୋଦି ସବୁଠାରୁ ଆଗରେ ରହିଛନ୍ତି । ତାଙ୍କୁ ୭୫ ପ୍ରତିଶତ ଲୋକଙ୍କ ଆପ୍ରୁଭାଲ ରେଟିଂ ମିଳିଛି । ଏହି ସର୍ଭେରେ ବିଶ୍ବର ୨୦ଟି ଦେଶର ନେତାମାନଙ୍କୁ ସାମିଲ କରାଯାଇଥିଲା । ଦକ୍ଷିଣକୋରିଆର ରାଷ୍ଟ୍ରପତି ଜେ. ମ୍ୟୁଙ୍ଗଙ୍କୁ ୫୯ ଓ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମିଲେଇଙ୍କୁ ୫୭ ପ୍ରତିଶତ ସମର୍ଥନ ମିଳିଛି । ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ୪୪ ପ୍ରତିଶତ ସମର୍ଥନ ପାଇ ଅଷ୍ଟମ ସ୍ଥାନରେ ରହିଛନ୍ତି । ବିଜିନେସ୍ ଇଣ୍ଟେଲିଜେନ୍ସ କମ୍ପାନୀ ମର୍ଣ୍ଣିଂ କନସଲ୍ଟ ପକ୍ଷରୁ ଏହି ସର୍ଭେ ଜୁଲାଇ ୪ରୁ ୧୦ ମଧ୍ୟରେ କରାଯାଇଥିଲା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
prime-minister-modi-has-once-again-become-the-worlds-most-popular-leader | Argus News