Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସମବାୟ କ୍ଷେତ୍ର ପାଇଁ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି 

National

ସମବାୟ କ୍ଷେତ୍ର ପାଇଁ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି 

Manini Pattanayak
Browse all articles by Manini Pattanayak
·2 years ago·1 min read
ସମବାୟ କ୍ଷେତ୍ର ପାଇଁ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି 

 ନୂଆଦିଲ୍ଲୀ:  ଦେଶର ସମବାୟ କ୍ଷେତ୍ରକୁ ମଜଭୁତ କରିବା ଦିଗରେ ବଡ଼ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍‌ରେ ସମବାୟ କ୍ଷେତ୍ର ପାଇଁ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ । ୧୧ ରାଜ୍ୟରେ ୧୧ଟି ପ୍ରାଥମିକ କୃଷି କ୍ରେଡିଟ୍ ସୋସାଇଟି ତଥା ପିଏସିଏସ୍‌ରେ ପରିଚାଳିତ ‘ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା’ର ପାଇଲଟ୍ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ ।

ଏହି ପଦକ୍ଷେପ ଅନୁସାରେ ପ୍ରଧାନମନ୍ତ୍ରୀ ଗୋଦାମ ଏବଂ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ଭିତ୍ତିଭୂମି ନିର୍ମାଣ ପାଇଁ ଦେଶରେ ଅତିରିକ୍ତ ୫୦୦ ପିଏସିଏସ୍‌ର ମୂଳଦୁଆ ପକାଇବେ । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଖାଦ୍ୟଶସ୍ୟ ଯୋଗାଣ ଶୃଙ୍ଖଳା ସହ ପିଏସିଏସ୍ ଗୋଦାମଗୁଡ଼ିକୁ ଏକୀକୃତ କରିବା, ଖାଦ୍ୟ ନିରାପତ୍ତାକୁ ମଜଭୁତ କରିବା ଏବଂ ନାବାର୍ଡ ଦ୍ୱାରା ସମର୍ôଥତ ତଥା ଜାତୀୟ ସମବାୟ ବିକାଶ ନିଗମ ନେତୃତ୍ୱରେ ଏକ ମିଳିତ ପ୍ରୟାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା । ଏହାସହ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ୧୮,୦୦୦ ପିଏସିଏସ୍‌ରେ କମ୍ପ୍ୟୁଟରୀକରଣ ପାଇଁ ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ କରିବେ, ଯାହା କି ସରକାରଙ୍କ ‘ସହକାର ସେ ସମୃଦ୍ଧି’ ଭିଜନର ଅନୁରୂପ । ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨,୫୦୦ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରାଯାଇଛି । 

ଅଧି ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Modi inaugurated many major projects for the cooperative sector ​ | Argus News