Videos
|
National

୧୧୫ତମ ‘ମନ କୀ ବାତ୍‌’ରେ ଆନିମେସନ ଉପରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

Banajyotshna Ray
Browse all articles by Banajyotshna Ray
·1 year ago·1 min read
୧୧୫ତମ ‘ମନ କୀ ବାତ୍‌’ରେ ଆନିମେସନ ଉପରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ:  ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୧୫ତମ ‘ମନ କୀ ବାତ୍‌’ରେ ଆନିମେସନ କ୍ଷେତ୍ରରେ ଭାରତର ସଫଳତା କଥା ବଖାଣିଛନ୍ତି ମୋଦି।  ଆନିମେସନ କ୍ଷେତ୍ରରେ ଭାରତରେ କ୍ରାନ୍ତି ଆସିଛି। ଭାରତୀୟ ଆନିମେସନକୁ ପସନ୍ଦ କରାଯାଉଛି। ଟୁରିଷ୍ଟ ଡେଷ୍ଟିନେସକୁ ଆନିମେସନ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚାଯାଉଛି। ଏହି ଅବସରରେ କୋର୍ଣାକ ମନ୍ଦିର ସମ୍ପର୍କରେ ଉଲ୍ଲେଖ କରିଛନ୍ତି ମୋଦି। ଡିଜିଟାଲ ଆରେଷ୍ଟରେ ସବୁ ବର୍ଗର ବ୍ୟକ୍ତି ଆକ୍ରାନ୍ତ। ଡିଜିଟାଲ ଆରେଷ୍ଟ ନେଇ ସତର୍କ ରହିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। କହିଲେ କୌଣସି ଏଜେନ୍ସି ଫୋନ୍‌ରେ ପଚରାଉଚରା କରନ୍ତି ନାହିଁ।

ତେଣୁ କୌଣସି ଫ୍ରଡ୍‌ କଲି ଆସିଲେ ତାକୁ ଉଠାଅ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଫ୍ରଡ୍‌ କଲ୍‌ ଆସିଲେ ଧୈର୍ଯ୍ୟ ଧରିବା ସହ ଭାବନ୍ତୁ ଏବଂ ପଦକ୍ଷେପ ନିଅନ୍ତୁ। କୌଣସି ଏଜେନ୍ସି ଫୋନ କରି ପଚରାଉଚରା କରେନି।  ଫ୍ରଡ୍‌ କଲ ଆସିଲେ ୧୯୩୦କୁ କଲ୍‌ କରି ଜଣାନ୍ତୁ ବୋଲି କହିଛନ୍ତି ମୋଦି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: