ଆସନ୍ତାକାଲି ମହାକୁମ୍ଭ ମେଳା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି

ଆସନ୍ତାକାଲି ମହାକୁମ୍ଭ ମେଳା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏରିଏଲ ଘାଟରୁ ଡଙ୍ଗାରେ ଯିବେ ସଂଗମ। ବୁଡ ପକାଇବା ସହ ସାଧୁ ସନ୍ଥଙ୍କ ସହ କରିବେ ଆଲୋଚନା। ପିଏମଙ୍କ ଗସ୍ତକୁ ନେଇ ପ୍ରସ୍ତୁତିର ସମୀକ୍ଷା କଲେ ଯୋଗୀ ଆଦିତ୍ୟନାଥ। ମେଳାରେ ସୁରକ୍ଷା ବ୍ୟବସ୍ଥା ହେଲା କଡ଼ାକଡ଼ି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପ୍ରୟାଗରାଜ ମହାକୁମ୍ଭ ମେଳା ଗସ୍ତ କରିବେ। ସେଠାରେ ସେ ବୁଡ ପକାଇବା ସହିତ ସାଧୁ ସନ୍ଥଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
📱 Get Argus News App
✨ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରିଛନ୍ତି। ମୋଦି ଆସନ୍ତାକାଲି ସକାଳ ୧୦ଟାରେ ପ୍ରୟାଗରାଜ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ହେଲିକପ୍ଟରରେ ନୈନୀକୁ ଯିବେ। ସେଠାରୁ ୧୦ଟା ୪୫ରେ ଏରିଏଲ ଘାଟରୁ ଡଙ୍ଗାରେ ସେ ସଂଙ୍ଗମରେ ପହଞ୍ଚିବେ। ମୋଦି ସଂଗମରେ ପ୍ରାୟ ୩୦ ମିନିଟ ରହିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ପ୍ରୟାଗରାଜ ଓ କୁମ୍ଭମେଳାରେ ପ୍ରଧାନମନ୍ତ୍ରୀ ୨ରୁ ତିନି ଘଣ୍ଟା ଅତିବାହିତ କରିବେ।

