Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଛାତ୍ରଛାତ୍ରୀଙ୍କୁ ଗୁରୁଜ୍ଞାନ ଦେବେ ପ୍ରଧାନମନ୍ତ୍ରୀ

National

ଛାତ୍ରଛାତ୍ରୀଙ୍କୁ ଗୁରୁଜ୍ଞାନ ଦେବେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·2 min read
ଛାତ୍ରଛାତ୍ରୀଙ୍କୁ ଗୁରୁଜ୍ଞାନ ଦେବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ପାଦ ଦେଉ ଦେଉ ସମ୍ବଲପୁରରେ ଆଇଆଇଏମର ନୂଆ କ୍ୟାମ୍ପସ ଲୋକାର୍ପଣ ସହ ପାଖାପାଖି ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ଏହାସହ ଛାତ୍ରଛାତ୍ରୀଙ୍କୁ ଦେବେ ଗୁରୁଜ୍ଞାନ । ଗୋଟିଏ ପଟେ ପିଲାଙ୍କ ଭବିଷ୍ୟତ କଥା ପ୍ରଧାନମନ୍ତ୍ରୀ ଚିନ୍ତା କରୁଥିବା ବେଳେ ଏଠିକାର ସରକାର କିନ୍ତୁ ପିଲାଙ୍କ ଭବିଷ୍ୟତ ସହ ସାଙ୍ଘାତିକ ଖେଳ ଖେଳୁଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ପିଲାଙ୍କ କଥା ଚିନ୍ତା ନକରି କେମିତି ପାଣ୍ଡିଆନଙ୍କ ସମ୍ପତ୍ତି ବଢିବ ସେନେଇ ଚିନ୍ତା କରୁଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିଲାଣି ।

ପ୍ରଧାନମନ୍ତ୍ରୀ IIM ଆସୁଥିବାରୁ ପିଲାଙ୍କ ମଧ୍ୟରେ ଖୁସି ରହିଛି । ପୂରା ଶିକ୍ଷାଅନୁଷ୍ଠାନରେ ଉତ୍ସାହ ଭରି ରହିଛି । ହେଲେ ରାଜ୍ୟରେ ଥିବା କଲେଜରେ ଦେଖନ୍ତୁ କେମିତି ନୂଆ-ଓ କାର୍ଯ୍ୟକ୍ରମ କରି ଆଲବମ ଗୀତରେ ଛୁଙ୍କ ଦେଉଛନ୍ତି ଗୀତିକାର । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା ଇଏ ପୁଣି ରାଜ୍ୟ ସରକାରଙ୍କର ଆୟୋଜିତ କାର୍ଯ୍ୟକ୍ରମ । ଆଉ ଷ୍ଟେଜ୍‌ରେ ପୁଣି ଖୋଦ ଫାଇଭ-ଟି ଅଧ୍ୟକ୍ଷ ରହୁଛନ୍ତି । ଖାଲି ଏତିକି ନୁହେଁ ନୂଆ ଓ କାର୍ଯ୍ୟକ୍ରମ ପାଇଁ ବି ଅନେକ କଲେଜରେ ପରୀକ୍ଷା ଘୁଞ୍ଚିଥିବା ନଜର ବି ରହିଛି । ଗୋଟିଏ ପଟେ ସରକାର କହୁଛନ୍ତି ଆଜିର ପିଲା କାଲିର ଭବିଷ୍ୟତ । ହେଲେ ସେହି ଭବିଷ୍ୟତଙ୍କ ସହ କେମିତି ସାଙ୍ଘାତିକ ଖେଳ ଖେଳୁଛନ୍ତି ରାଜ୍ୟ ସରକାର ତାହାକୁ ନେଇ ବି ଚର୍ଚ୍ଚା ଜୋର ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଥିବାରୁ ଚର୍ଚ୍ଚାରେ ରହିଛି ରେମେଡ ଗ୍ୟାରେଣ୍ଟି ସମାବେଶ । କାରଣ ଏଇ ବିଶାଳ ସମାବେଶକୁ ସମ୍ବୋଧନ ସହ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୨୪ ନିର୍ବାଚନର ବିଗୁଲ ଫୁଙ୍କିବେ ବୋଲି କୁହାଯାଉଛି । ଯାହାକୁ ନେଇ ବିଜେପି କ୍ୟାମ୍ପ ପୂରା ଉତ୍ସାହିତ ଥିବା ବେଳେ, ମୋଦିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଏପଟେ ମୋଦିଙ୍କ ଗସ୍ତକୁ ନଜରରେ ରଖି କମଳା ରଙ୍ଗରେ ରଙ୍ଗାଇତ ହୋଇଛି ସମ୍ବଲପୁର ରେମେଡ ପଡ଼ିଆର ସଭାସ୍ଥଳ । ବିଶାଳ ଗ୍ୟାରେଣ୍ଟି ଜନସମାବେଶରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ୨୪ ପାଇଁ ପ   ରିବର୍ତ୍ତନର ଆହ୍ୱାନ ଦେବା ନେଇ ଚର୍ଚ୍ଚା ବି ବଢିଛି । ଲକ୍ଷାଧିକ ଦଳୀୟ କର୍ମୀ, ନେତା ଓ ଜନତାଙ୍କୁ ନିଜ ସରକାର ୧୦ ବର୍ଷର ଉପଲବ୍ଧି ବଖାଣିବା ନେଇ କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ନିର୍ବାଚନକୁ ଆଉ ମାତ୍ର ଦୁଇମାସ ବାକି ଥିଲା ବେଳେ ବଜେଟ୍ ପରେ ପ୍ରଥମ ଜନସମାବେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ତାହା ପୁଣି ଓଡ଼ିଶାର ବିଜେପି ଗଡ଼ ପଶ୍ଚିମ ଓଡ଼ିଶାରେ । ତେଣୁ ଚର୍ଚ୍ଚା ହେବା ସ୍ଵାଭାବିକ କଥା । ତେବେ ମୋଦି ଆଜି ଦ୍ଵିପ୍ରହର ଗୋଟାଏ ୪୫ରେ IIMରେ ପହଞ୍ଚିବାକୁ ନେଇ ଏବେ ସମସ୍ତଙ୍କର ଅପେକ୍ଷା ।

ଆହୁରି ପଢନ୍ତୁ ଭାରତ ଖବର...
 

Sponsored
prime-minister-modi-to-visit-odisha's-sambalpur-today | Argus News