Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଲଗାତର ୧୧ ତମ ବର୍ଷ ପାଇଁ ତାଲିକାର ଶାର୍ଷରେ ପ୍ରଧାନମନ୍ତ୍ରୀ ମୋଦି

Rashmita Mishra
Browse all articles by Rashmita Mishra
·1 year ago·2 min read
ଲଗାତର ୧୧ ତମ ବର୍ଷ ପାଇଁ ତାଲିକାର ଶାର୍ଷରେ ପ୍ରଧାନମନ୍ତ୍ରୀ ମୋଦି

Key Points

ପ୍ରକାଶ ପାଇଲା INDIAN EXPRESS ପ୍ରଭାବଶାଳୀ ଭାରତୀୟ ତାଲିକା
ଲଗାତର ୧୧ ତମ ବର୍ଷ ପାଇଁ ତାଲିକାର ଶାର୍ଷରେ ପ୍ରଧାନମନ୍ତ୍ରୀ ମୋଦି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ସବୁଠାରୁ ପ୍ରଭାବଶାଳୀ ଓଡ଼ିଆ
ଗତବର୍ଷ ତୁଳନରେ ୧୧ ସ୍ଥାନ ଉପରକୁ ଉଠି ୨୨ ତମ ରାଙ୍କରେ ଧର୍ମେନ୍ଦ୍ର
ହରିଆଣାରେ ବିଜେପିର ହ୍ୟାଟ୍ରିକ୍ ବିଜୟରେ ଭୂମିକା ପାଇଁ ମିଳିଲା ପଦୋନ୍ନତି
ଦିଲ୍ଲୀ ହାରିବା ପରେ ୧୮ ରୁ ୫୨ ସ୍ଥାନକୁ ଖସିଲେ ଆପ୍ ମୁଖିଆ କେଜରୀୱାଲ
ତାଲିକାରେ ଶ୍ରେଷ୍ଠ ୫ ଭିତରେ ଶାହ, ଜୟଶଙ୍କର, ଭାଗବତ ଓ ସୀତାରମଣ

ପ୍ରଧାନମନ୍ତ୍ରୀ ଭାବେ ହ୍ୟାଟ୍ରିକ୍ କରି ରେକର୍ଡ ଚରିଥିବା ନରେନ୍ଦ୍ର ମୋଦି ପ୍ରଭାବଶାଳୀ ଭାରତୀୟ ତାଲିକା ୨୦୨୫ର ଶୀର୍ଷ ସ୍ଥାନରେ ରହିଛନ୍ତି ଅପରିବର୍ତ୍ତିତ। ୧୦୧୪ ମସିହାରୁ ଲଗାତର ଭାବେ ନମ୍ବର ୱାନ ସ୍ଥାନ ବଜାୟ ରଖିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ପଛକୁ ପ୍ରଭାବଶାଳୀ ଭାରତୀୟ ତାଲିକାର ଦ୍ବିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦୁଇଟି ରାଙ୍କ ଉପରକୁ ଉଠି ବୈଦିଶକ ବ୍ୟାପାରମନ୍ତ୍ରୀ ଏସ. ଜୟଶଙ୍କର ତୃତୀୟ ସ୍ଥାନ ଦଖଲ କରିଥିବା ବେଳେ। ଆରଏସଏସ ସରସଂଘଚାଳକ ମୋହନ ଭାରଗତ ଚତୁର୍ଥ ସର୍ବାଧିକ ପ୍ରଭାବଶାଳୀ ଭାରତୀୟ ଭାବେ ତାଲିକାରେ ସ୍ଥାନ ପାଇଛନ୍ତି। ତାଙ୍କ ପଛକୁ ପଞ୍ଚମ ସ୍ଥାନରେ ଅଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଡକ୍ଟର ନିର୍ମଳା ସୀତାରମଣ। ଗତ ବର୍ଷ ତୁଳନାରେ ସୀତାରମଣ ୫ ଟି ରାଙ୍କ ଉପରକୁ ଉଠିଛନ୍ତି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୧ଟି ରାଙ୍କ ଉପରକୁ ଉଠି ୨୨ ତମ ସ୍ଥାନ ଦଖଲ କରିବା ସହ ବନିଛନ୍ତି ଦେଶର ସବୁଠାରୁ ପ୍ରଭାବଶାଳୀ ଓଡ଼ିଆ । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଲଗାତାର ୧୧ ବର୍ଷ ଧରି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ରହିବା ସହ ଶିକ୍ଷାମନ୍ତ୍ରୀ ଭାବେ ୨୦୨୧ରୁ ତୁଲାଇ ଆସୁଛନ୍ତି ଦାୟିତ୍ବ। ଜାତୀୟ ଶିକ୍ଷାନୀତି ୨୦୨୦କୁ ଦେଶରେ ଲାଗୁ କରିବାରେ ଧର୍ମେନ୍ଦ୍ରଙ୍କର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ସେହିପରି ଓଡ଼ିଶାରେ ବିଜେପିର ଐତିହାସିକ ବିଜୟ ଏବଂ ନିର୍ବାଚନ ପ୍ରଭାରୀ ଭାବେ ହରିୟାଣାରେ ବିଜେପିକୁ ହ୍ୟାଟ୍ରିକ୍ ବିଜୟ ଦେବାରେ ଧର୍ମେନ୍ଦ୍ର ଗୁରୁତ୍ବପୂର୍ଣ ଯୋଗଦାନ ତାଙ୍କ ରାଙ୍କ ଉପରକୁ ନେବାରେ ସହାୟକ ହୋଇଥିବା ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ କୁହାଯାଇଛି।


ପ୍ରଭାବଶାଳୀ ଭାରତୀୟ ୨୦୨୫ ତାଲିକାରେ ଧର୍ମେନ୍ଦ୍ରଙ୍କ ବ୍ୟତୀତ ସ୍ଥାନ ପାଇଛନ୍ତି ଆଉ ଦୁଇ ଓଡ଼ିଆ। ୪୩ ତମ ରାଙ୍କରେ ପ୍ରଧାନମନ୍ତ୍ରୀ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଥିବା ବେଳେ ପିଏମ୍ ଙ୍କ ଅନ୍ୟତମ ପ୍ରମୁଖ ସଚିବ ପି.କେ ମିଶ୍ର ୭୮ ତମ ରାଙ୍କରେ ସ୍ଥାନ ପାଇଛନ୍ତି। ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରଭାବଶାଳୀ ଭାରତୀୟ ତାଲିକାର ଅଷ୍ଟମ ରାଙ୍କରେ ନିଜ ସ୍ଥାନ ପକ୍କା କରିଛନ୍ତି। ସେହିପରି ବିରୋଧୀ ଦଳ ନେତା ବନିବା ପରେ ରାହୁଲ ଗାନ୍ଧିଙ୍କ ରାଙ୍କ ଉପରକୁ ଉଠିଛି । ୭ଟି ରାଙ୍କ ଉପରକୁ ଉଠି ନବମ ସ୍ଥାନରେ ରହିଛନ୍ତି ରାହୁଲ ଗାନ୍ଧି। ତେବେ ଦିଲ୍ଲୀ ହାରିବା ପରେ ଆପ୍ ମୁଖିଆ ଅରବିନ୍ଦ କେଜରୀୱାଲ ରାଙ୍କରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ୧୮ ରୁ ସିଧା ୫୨ ତମ ସ୍ଥାନକୁ ଖସିଆସିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
prime-minister-modi-tops-the-list-for-the-11th-consecutive-year | Argus News