Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଜି ଗୋଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

National

ଆଜି ଗୋଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଜି ଗୋଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ:  ଆଜି ଗୋଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିକଶିତ ଭାରତ, ବିକଶିତ ଗୋଆ ୨୦୪୭ କାର୍ଯ୍ୟକ୍ରମରେ ୧୩ ଶହ ୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ ଏବଂ ଶିଳାନ୍ୟାସ  । ପୂର୍ବାହ୍ନ ସାଢ଼େ ୧୦ଟାରେ ଓଏନଜିସି ସର୍ଭାଇଭଲ ସେଣ୍ଟରକୁ ଉଦଘାଟନ କରିବେ ଏହାପରେ ୧୦ଟା ୪୫ରେ ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୪ର ମଧ୍ୟ ଉଦଘାଟନ କରିବେ ପିଏମ୍‌ ମୋଦି । ଆଜିଠୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ । ଷ୍ଟାର୍ଟଅପ୍ ଗୁଡ଼ିକୁ ପ୍ରୋତ୍ସାହିତ କରିବା ତଥା ସେମାନଙ୍କୁ ଶକ୍ତି ମୂଲ୍ୟ ଶୃଙ୍ଖଳାରେ ସମନ୍ୱିତ କରିବା ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୪ର ଗୁରୁତ୍ବପୂର୍ଣ୍ଣ ଫୋକସ୍ ହେବ । ଏଥିରେ ବିଭିନ୍ନ ଦେଶର ପ୍ରାୟ ୧୭ ଜଣ ଶକ୍ତିମନ୍ତ୍ରୀ, ୩୫ ହଜାରରୁ ଅଧିକ ଅଂଶଗ୍ରହଣକାରୀ ଏବଂ ୯୦୦ରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ଏଥିରେ କାନାଡା, ଜର୍ମାନୀ, ନେଦରଲାଣ୍ଡ, ରୁଷିଆ, ବ୍ରିଟେନ ଓ ଆମେରିକା ଭଳି ୬ଟି ଦେଶର ଉତ୍ସର୍ଗୀକୃତ ପ୍ୟାଭିଲିୟନ ରହିବ। ଏହାପରେ ଅପରାହ୍ନ ପ୍ରାୟ ୨ଟା ୪୫ରେ ବିକଶିତ ଭାରତ, ବିକଶିତ ଗୋଆ ୨୦୪୭ କାର୍ଯ୍ୟକ୍ରମରେ ଯୋଗଦେବେ । ବିଶ୍ବ ତୈଳ ଓ ଗ୍ୟାସ ସିଇଓ ଏବଂ ବିଶେଷଜ୍ଞମାନଙ୍କ ସହ ମଧ୍ୟ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଏହାଛଡ଼ା ରୋଜଗାର ମେଳା ଅଧୀନରେ ବିଭିନ୍ନ ବିଭାଗରେ ୧୯୩୦ ଜଣ ନୂତନ ସରକାରୀ କମର୍ଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ । ବିଭିନ୍ନ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ଅନୁମୋଦନ ପତ୍ର ପ୍ରଦାନ କରିବେ ପିଏମ୍‌ ମୋଦି । ତେବେ ମୋଦିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ରାଲି ଓ ସଭାସ୍ଥଳ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Modi will visit Goa today | Argus News