ପ୍ରଧାନମନ୍ତ୍ରୀ ମୋଦିଙ୍କ ଅବକି ବାର୍, ୪୦୦ ପାର୍ ନାରା
·2 years ago·1 min read

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବକୀ ବାର୍, ୪୦୦ ପାର୍ ନାରାକୁ ନେଇ ଆଗକୁ ବଢ଼ୁଥିବା ବିଜେପି ଟାର୍ଗେଟ୍ ହାସଲ କରିବା ଦିଗରେ ଜୋରସୋରରେ ଲାଗିଛି। ବିହାରରେ ମେଣ୍ଟ ଗଣିତ ଫାଇନାଲ୍ ହେବା ପରେ ଏବେ ମହାରାଷ୍ଟ୍ରରେ ମଧ୍ୟ ସିଟ୍ ସେୟାରିଂ ଖୁବଶୀଘ୍ର ଘୋଷଣା ହେବାକୁ ଯାଉଛି ।
ଏଭଳି ସ୍ଥିତିରେ ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତ ଏମଏନଏସ ପ୍ରମୁଖ ରାଜ ଠାକରେ । ପ୍ରଥମେ ନୂଆଦିଲ୍ଲୀର ଏକ ହୋଟେଲରେ ବିଜେପି ରାଷ୍ଟ୍ରୀୟ ମହାମନ୍ତ୍ରୀ ବିନୋଦ ତାୱେଡ଼େଙ୍କୁ ଭେଟିବା ପରେ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି ରାଜ ଠାକରେ। ଏଥିସହ ମହାରାଷ୍ଟ୍ରରେ ବିଜେପିକୁ ଲଢ଼ିବା ପାଇଁ ଗୋଟିଏ ସିଟ୍ ଦେବ ବୋଲି ଫାଇନାଲ୍ ହୋଇଥିବା କୁହାଯାଉଛି। ରାଜ ଠାକରେ କିନ୍ତୁ ଦକ୍ଷିଣ ମୁମ୍ବାଇ ସହ ନିଜ ଦଳ ପାଇଁ ଶିରିଡି ଲୋକସଭା ଆସନ ଦାବି କରୁଛନ୍ତି । ସେଥିପାଇଁ ପୁଅ ଅମିତ ଠାକରେଙ୍କୁ ଧରି ଶାହଙ୍କୁ ଭେଟିଛନ୍ତି ରାଜ ଠାକରେ।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: