Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମନ୍ କି ବାତ୍‌ରେ ମୋଦି ଦୋହରାଇଲେ କଡ଼ା ଦଣ୍ଡର ପୁରୁଣା କଥା

National

ମନ୍ କି ବାତ୍‌ରେ ମୋଦି ଦୋହରାଇଲେ କଡ଼ା ଦଣ୍ଡର ପୁରୁଣା କଥା

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ମନ୍ କି ବାତ୍‌ରେ ମୋଦି ଦୋହରାଇଲେ କଡ଼ା ଦଣ୍ଡର ପୁରୁଣା କଥା

ମନ୍ କି ବାତ୍‌ରେ ମୋଦି ଦୋହରାଇଲେ କଡ଼ା ଦଣ୍ଡର ପୁରୁଣା କଥା
କହିଲେ, ଆକ୍ରମଣର ଦୋଷୀ ଓ ଷଡ଼ଯନ୍ତ୍ରକାରୀଙ୍କୁ ମିଳିବ କଠୋରତମ ଦଣ୍ଡ
ପହଲଗାମ ଆକ୍ରମଣ ଆତଙ୍କୀ ଆକ୍କାଙ୍କ ହତାଶା, କାପୁରୁଷତାର ପ୍ରମାଣ
ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଦେଶର ଏକତା ଆମର ସବୁଠୁ ବଡ଼ ଶକ୍ତି
ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ ସହ ଅଛି ସାରା ବିଶ୍ବ
ପୀଡ଼ିତଙ୍କୁ ନ୍ୟାୟ ନିଶ୍ଚୟ ମିଳିବ

ମଧୁବନିରେ ଯାହା କହିଥିଲେ ମୋଦି , ଆଜି ପୁଣି ସେହି କଥା ମନ କି ବାତରେ ଦୋହରାଇଲେ। ଆଜି ମନ୍ କୀ ବାତରେ ପହଲଗାମ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆତଙ୍କୀଙ୍କୁ ମିଳିବ କଠୋର ଦଣ୍ଡ । ପୀଡ଼ିତ ପରିବାରକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। କହିଛନ୍ତି, ପୀଡ଼ିତଙ୍କୁ ନ୍ୟାୟ ନିଶ୍ଚୟ ମିଳିବ। ଆକ୍ରମଣର ଦୋଷୀ ଓ ଷଡ଼ଯନ୍ତ୍ରକାରୀଙ୍କୁ କଠୋରତମ ଦଣ୍ଡ ଦିଆଯିବ । ଏହି ଆତଙ୍କୀ ଆକ୍ରମଣ ଦେଶର ସମସ୍ତ ନାଗରକିଙ୍କୁ ଦୁଃଖ ଦେଇଛି। ପୀଡ଼ିତ ପରିବାରଙ୍କ ପ୍ରତି ସବୁ ଭାରତୀୟଙ୍କ ମନରେ ଗଭୀର ସମବେଦନା ରହିଛି। ସବୁ ଭାରତୀୟ ପୀଡ଼ିତଙ୍କ ପରିବାରର ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି। ସବୁ ଭାରତୀୟଙ୍କ ରକ୍ତ ଆତଙ୍କୀ ଆକ୍ରମଣର ଚିତ୍ର ଦେଖି ତାତି ଉଠୁଛି। ପହଲଗାମ ଆକ୍ରମଣ ଆତଙ୍କୀ ଆକ୍କାଙ୍କ ହତାଶା, କାପୁରୁଷତାର ପ୍ରମାଣ।

ମୋଦି କହିଛନ୍ତି, କାଶ୍ମୀରରେ ଶାନ୍ତି ଫେରିବା ଦେଶର ଶତ୍ରୁ ସହି ପାରିଲେନି। ସ୍କୁଲ, କଲେଜ ଚଳଚଞ୍ଚଲ ହୋଇଥିଲା । ଗଣତନ୍ତ୍ର ମଜବୁତ ହେଉଥିଲା । ପର୍ଯ୍ୟଟନର ବିକାଶ ହେଉଥିଲା । ଯୁବପିଢୀ ପାଇଁ ନୂଆ ସୁଯୋଗ ସୃଷ୍ଟି ହେଉଥିଲା । କିନ୍ତୁ କାଶ୍ମୀର ପୁଣି ଥରେ ନଷ୍ଟ ହେବା ଚାହାନ୍ତି ଆତଙ୍କୀ ଓ ଆତଙ୍କୀ ଆକ୍କା । ଆତଙ୍କବାଦ ବିରୋଧୀ ଏହି ଯୁଦ୍ଧରେ ଦେଶର ଏକତା ଆମର ସବୁଠୁ ବଡ଼ ଶକ୍ତି। ଦେଶର ଏକତା ଆତଙ୍କବାଦ ବିରୋଧୀ ନିର୍ଣ୍ଣାୟକ ଲଢ଼େଇରେ ଆମର ଆଧାର । ଏହି ଚ୍ୟାଲେଞ୍ଜର ମୁକାବିଲା ପାଇଁ ନିଜ ସଂକଳ୍ପ ମଜବୁତ୍ କରିବାକୁ ହେବ। ଏକ ରାଷ୍ଟ୍ର ଭାବେ ଆମକୁ ଦୃଢ଼ ଇଚ୍ଛାଶକ୍ତିର ପ୍ରଦର୍ଶନ କରିବାକୁ ହେବ। ଆତଙ୍କୀ ଆକ୍ରମଣ ପରେ ଏକ ସ୍ବରରେ କହୁଛି ସାରା ଦେଶ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆତଙ୍କବାଦ ବିରୋଧୀ ଲଢ଼େଇରେ ସାରା ବିଶ୍ବ ଭାରତ ସହ ଅଛି। ଜଘନ୍ୟ ଆତଙ୍କବାଦୀ ଆକ୍ରମଣର ସାରା ବିଶ୍ବ କଡ଼ା ନିନ୍ଦା କରିଛି। ଭାରତୀୟଙ୍କ ଭିତରେ ଥିବା ଆକ୍ରୋଶ ସାରା ବିଶ୍ବରେ ବି ଅଛି । ସାରା ବିଶ୍ବରୁ ସମବେଦନା ଆସୁଛି। ଫୋନ୍, ଚିଠି ମାଧ୍ୟମରେ ସମବେଦନା ବ୍ୟକ୍ତ କରିଛନ୍ତି ବିଶ୍ବସ୍ତରୀୟ ନେତା। । ମୃତକଙ୍କ ପରିଜନଙ୍କ ପ୍ରତି ସମବେଦନା ପ୍ରକଟ କରିଛି ସାରା ବିଶ୍ବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
prime minister modi's strict action against terrorist | Argus News