Videos
|
National

ଆସନ୍ତା ୧୦ ତାରିଖରୁ ପିଏମ ମୋଦିଙ୍କ ବିଦେଶ ଗସ୍ତ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆସନ୍ତା ୧୦ ତାରିଖରୁ ପିଏମ ମୋଦିଙ୍କ ବିଦେଶ ଗସ୍ତ

ଫେବ୍ରୁଆରି ୧୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ । ଦ୍ବିତୀୟ ଥର ପାଇଁ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ ବୈଠକ ହେବାକୁ ଯାଉଛି । ୧୦ରୁ ୧୨ ଫ୍ରାନ୍ସ ଗସ୍ତ ପରେ ମୋଦି ଫେବ୍ରୁଆରି ୧୨ ସନ୍ଧ୍ୟା‌ରେ ୱାସିଂଟନ୍ ରେ‌ ପହଞ୍ଚିବେ । ଫ୍ରାନ୍ସରେ ଏଆଇ ଶିଖର ସମ୍ମିଳନୀରେ ଯୋଗ ଦେବା ପରେ ପିଏମ ମୋଦିଙ୍କ ଆମେରିକା ଗସ୍ତ କାର୍ଯ୍ୟକ୍ରମ ରହିଛି ।


ଫେବ୍ରୁଆରି ୧୪ ପର୍ଯ୍ୟନ୍ତ ସେ ଆମେରିକାରେ ରହିବେ। ଗସ୍ତ ସମୟରେ ଆମେରିକୀୟ କର୍ପୋରେଟ୍‌ ନେତାଙ୍କ ସହ ଆଲୋଚନା କରିବେ । ତାପରେ ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଭେଟିବେ ମୋଦି । ଜାନୁଆରୀ ୨୦ ତାରିଖରେ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବାପରେ ଟ୍ରମ୍ପଙ୍କୁ ଫୋନ୍‌ କରି ଶୁଭେଚ୍ଛା ଜଣାଇଥିଲେ ମୋଦି । ମୋଦିଙ୍କୁ ଫେବ୍ରୁଆରୀରେ ହ୍ବାଇଟ୍‌ ହାଉସ୍‌ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ ଟ୍ରମ୍ପ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମୋଦିଙ୍କ ଗସ୍ତ ଅବସରରେ ଭାରତ-ଆମେରିକା ଦ୍ବିପାକ୍ଷିକ ବାଣିଜ୍ୟ ସଂପର୍କ ଏବଂ ସାମରିକ ସହଯୋଗ ନେଇ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ମଧ୍ୟପ୍ରାଚ୍ୟ ସ୍ଥିତି, ରୁ‌ଷ୍‌-ୟୁକ୍ରେନ୍‌ ଯୁଦ୍ଧ ସମେତ ବିଭିନ୍ନ ସାଂପ୍ରତିକ ବୈଶ୍ବିକ ସଙ୍କଟ ପ୍ରସଙ୍ଗରେ ମଧ୍ୟ ଉଭୟ ରାଷ୍ଟ୍ର ନେତାଙ୍କ ମଧ୍ୟରେ ଆଲୋଚନା ହୋଇପାରେ ।

Prime Minister Modi's visit to the US on the 12th | Argus News