Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୋଦିଙ୍କ ଗର୍ଜନରେ ବିରୋଧୀ ଶିବିରରେ କମ୍ପନ

Manini Pattanayak
Browse all articles by Manini Pattanayak
·2 years ago·1 min read
ମୋଦିଙ୍କ ଗର୍ଜନରେ ବିରୋଧୀ ଶିବିରରେ କମ୍ପନ

 ନୂଆଦିଲ୍ଲୀ: ଗତ ଦୁଇଟି ନିର୍ବାଚନରେ ଯେଉଁ ମିରଟରୁ ପ୍ରଚାର ଅଭିଯାନ ଆରମ୍ଭ କରି ବିଜେପିକୁ ଶୀର୍ଷରେ ପହଞ୍ଚାଇଛନ୍ତି ନରେନ୍ଦ୍ର ମୋଦି, ସେହି ମିରଟ ମାଟିରୁ ପ୍ରଧାନମନ୍ତ୍ରୀ କରିଛନ୍ତି 2024 ମହାଲଢ଼େଇରେ ବିଜେପି ମିଶନ ଶୁଭାରମ୍ଭ। ଏଥର ଲକ୍ଷ୍ୟ ଆହୁରି ବଡ଼। ପ୍ରଥମେ ତ ସରକାର ଗଢ଼ିବା ପାଇଁ ବିଜେପି 370 NDA 400 ପାର୍ ଲକ୍ଷ୍ୟ, ଆଉ ତା ପରେ ବିକଶିତ ଭାରତ ଗଠନର ଅଭିଯାନ।   ଏଥର ବିରୋଧୀଙ୍କ ଉପରେ ଆହୁରି ଜୋରଦାର ଆକ୍ରମଣ। ଭ୍ରଷ୍ଟାଚାରୀ, ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଆହୁରି ବଡ଼ ରଣହୁଙ୍କାର। ଦିଲ୍ଲୀରେ ବିରୋଧୀ ମେଳିକୁ ମୋଦି କଲେ ଟାର୍ଗେଟ୍।    ମିରଟରେ ମୋଦିଙ୍କ ଗର୍ଜନ ଦିଲ୍ଲୀରେ ବିରୋଧୀ ଶିବିରରେ ସୃଷ୍ଟି କରିଛି ସିହରଣ। ମଦନୀତି ଦୁର୍ନୀତିର କିଙ୍ଗପିନ୍ ଅରବିନ୍ଦ କେଜରିୱାଲ ଓ ଜମି ଦୁର୍ନୀତିର ସୌଦାଗର ସାଜିଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରି ବିରୋଧରେ ଦିଲ୍ଲୀରେ ଏକାଠି ହୋଇଛନ୍ତି ବିରୋଧୀ।

ଦୁର୍ନୀତିଗ୍ରସ୍ତଙ୍କ ସପକ୍ଷରେ ଦିଲ୍ଲୀର ରାମଲୀଳା ମୈଦାନରେ ରାମ ବିରୋଧୀଙ୍କ ମେଳି। ତେବେ ଯେଉଁ ଲିକର୍ ସ୍କାମର କଙ୍ଗପିନ୍ କେଜରିୱାଲଙ୍କ ସପକ୍ଷରେ କଂଗ୍ରେସ ବାହାରୁଛି ସେହି କଂଗ୍ରେସର ନାଁକରା ନେତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ରାଜନୀତିରୁ ସେମାନଙ୍କୁ ବିତାଡ଼ିତ କରିବାକୁ ଦିନେ ପଣ କରିଥିଲେ କେଜରିୱାଲ। ହେଲେ ବିଡ଼ମ୍ବନାର କଥା ଦୁର୍ନୀତି ବିରୋଧୀ ନାରା ଦେଇ ସତ୍ତାକୁ ଆସିବା ପରେ ନିଜେ ସାଜିଛନ୍ତି ସେହି ରାସ୍ତାର ପଥିକ। ତେବେ ଏହି ମହାସମାବେଶରେ ସାମିଲ ହୋଇ ଯୁଦ୍ଧଂ ଦେହି ଡାକରା ଦେବେ କଣ 24 ମହାଲଢ଼େଇ ପୂର୍ବରୁ ଅସ୍ତ୍ର ତ୍ୟାଗ କରିଛନ୍ତି ରାହୁଲ।  ଦୁର୍ନୀତି ଖୋରଙ୍କ ସପକ୍ଷରେ ଦୁର୍ନୀତିର ସୌଦାଗରଙ୍କ ମେଳି। ନିଜେ ବଡ଼ ବଡ଼ ଦୁର୍ନୀତିରେ ଲିପ୍ତ ରହିଥିବା କଂଗ୍ରେସ ଆଜି ଦୁର୍ନୀତିରେ ବୁଡିଥିବା ନେତାଙ୍କ ସପକ୍ଷରେ ବାହାରି ଦେଉଛି ଗଣତନ୍ତ୍ର ବଞ୍ଚାଓର ନାରା। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Narendra Modi began his poll campaign for the upcoming General Elections from Meerut | Argus News