କହିକି ଯାଇଥିଲି, ପୂରଣ ହେଲା ଆସିଲି

Key Points
ବିହାରରୁ ଆତଙ୍କବାଦୀଙ୍କୁ ଚେତାବନୀ
ଆପଣ ସବୁ ଦେଖିଛନ୍ତି
ଭାରତ ଯାହା କହେ ତାହା କରେ
ଆଜି ବିହାରରେ ନିର୍ବାଚନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ମୋଦି ପାକିସ୍ତାନ ଉପରେ ଜୋରଦାର ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁ ପ୍ରତିଶୃତି ଦେଇଥିଲି ତାହା ପୂରଣ କରି ଆସିଛି । ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ କ୍ଷୁବଶୀଘ୍ର ନିଆଯିବ ବୋଲି କହିଥିଲି। ଏବେ ଆପଣମାନେ ଦେଖି ପାରୁଥିବେ କିଭଳି ପାକିସ୍ତାନ ଭିତରେ ପଶି ଆତଙ୍କୀଙ୍କ ଆଡ୍ଡା ଉଡାଇ ଦେଲେ। ଆହୁରି ମଧ୍ୟ କହିଛନ୍ତି ଆତଙ୍କବାଦୀ ଯେଉଁଠି ବି ଲୁଚିଥିଲେ ତାଙ୍କୁ ଖୋଜିଖୋଜି ମରାଯିବ। ଆବଶ୍ୟକ ହେଲେ ଆତଙ୍କବାଦର ଭୂସ୍ବର୍ଗ ପାଲଟିଥିବା ଦେଶକୁ ମଧ୍ୟ ଉଡାଇ ଦିଆଯିବ।
ଅପରେସନ ସିନ୍ଦୂର ପୂର୍ବରୁ ବିହାରରେ ପ୍ରତିଶୃତି ଦେଇଥିଲେ ପ୍ରଧାନମନ୍ତ୍ରୀ
📱 Get Argus News App
✨ପହଲଗାମ ଆତଙ୍କୀ ଆକ୍ରମଣ ପରେ ବିହାର ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ। ଏହି ସମୟରେ ସେ କହିଥିଲେ ଏହାର ପ୍ରତିଶୋଧ ନେଇଥିଲେ। ସେମାନଙ୍କୁ କଳ୍ପନାଠାରୁ ବଡ଼ ଦଣ୍ଡ ମିଳିବ। ଯେଉଁମାନେ ପାକିସ୍ତାନରେ ବସି ଆମର ଭଉଣୀମାନଙ୍କ ସିନ୍ଦୁର ଛଡାଇ ନେଇଥିଲେ ସେମାନଙ୍କ ଆଡ୍ଡାକୁ ଧ୍ବଂଶ କରାଯାଇଛି। ଆମର ସେନା ସେମାନଙ୍କୁ ଆଣ୍ଠେଇ ଦେଇଛନ୍ତି। ମାତ୍ର କିଛି ମିନିଟ୍ ମଧ୍ୟରେ ପାକିସ୍ତାନର ଏୟାରବେସ୍, ସେମାନଙ୍କର ସାମରିକ ଆଡ୍ଡାଗୁଡ଼ିକୁ ଧ୍ୱଂସ କରାଯାଇଛି।