ବିହାର ଓ ପଶ୍ଚିମବଙ୍ଗରେ ପ୍ରଚାର ମଇଦାନକୁ ଓହ୍ଲଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ବିହାର ଓ ପଶ୍ଚିମବଙ୍ଗରେ ଆଜି ପ୍ରଚାର ମଇଦାନକୁ ଓହ୍ଲଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଥମଥର ପାଇଁ ବିହାର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ବିହାରର ଜମ୍ମୁଇରେ ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି, ଏହା ନିର୍ବାଚନୀ ସଭା ନୁହେଁ, ବିଜୟୀ ସଭା। ଏଠାରେ ସେ ଇଣ୍ଡି ମେଣ୍ଟ ଉପରେ ଜୋରଦାର ବର୍ଷିଥିଲେ। ଏହାପରେ ପଶ୍ଚିମବଙ୍ଗ କୁଚବିହାରରେ ପ୍ରଚାର ଅବସରରେ ପିଏମ ଟିଏମସି ସରକାରକୁ ଜୋରଦାର ଟାର୍ଗେଟ କରିଛନ୍ତି।
ବିହାରରେ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିହାର ଜମ୍ମୁଇ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି, ଏ ନିର୍ବାଚନୀ ସଭା ନୁହେଁ ବିଜୟୀ ସଭା। ଫିର୍ ଏକ ବାର୍ ମୋଦି ସରକାରର ନାରା ଦେଇଛନ୍ତି ମୋଦି। ଏ ନିର୍ବାଚନ ବିକଶିତ ବିହାରର ସ୍ବପ୍ନକୁ ପୂରଣ କରିବାର ନିର୍ବାଚନ। ଏହାସହ ଇଣ୍ଡି ମେଣ୍ଟକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ। କଂଗ୍ରେସ ଓ ଆର୍ଜେଡି ଭଳି ଦଳ ଦେଶର ନାଁକୁ ଖରାପ କରୁଛନ୍ତି। ରେଳବାଇ ନାଁରେ ଗରିବଙ୍କ ଜମି ହଡ଼ପ କରିବା କଥା ବି ଉଠାଇ ଲାଲୁ ପ୍ରସାଦ ଯାଜବଙ୍କୁ ଟାର୍ଗେଟ କରିଛନ୍ତି ମୋଦି। ତେବେ NDAର ଗୋଟିଏ ଲକ୍ଷ୍ୟ-ବିକଶିତ ଭାରତର ନିର୍ମାଣ ବୋଲି କହିଛନ୍ତି ମୋଦି।
ବିହାର ପରେ ପଶ୍ଚିମବଙ୍ଗର କୁଚବିହାରରେ ମୋଦି ନିର୍ବାଚନୀ ସଭାକୁ ସମ୍ବୋଧିନ କରିଥିଲେ। ଏ ଅବସରରେ ପିଏମ କହିଛନ୍ତି ଆପଣଙ୍କ ସ୍ବପ୍ନ ହିଁ ମୋଦିର ଗ୍ୟାରେଣ୍ଟି। ମୋଦି ସରକାର ଦେଶର ବିକାଶ, ଆତଙ୍କବାଦ ମୁକ୍ତ ଭାରତ ଲାଗି କଠୋର ନିଷ୍ପତ୍ତି ନେବାରେ ପଛଘୁଞ୍ଚା ଦେଇନାହିଁ। କୁଟବିହାରରେ ମଧ୍ୟ ମୋଦି କଂଗ୍ରେସ ଓ ଟିଏମସିକୁ କଡା ସମାଲୋଚନା କରିଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ସନ୍ଦେଶଖାଲି ଘଟଣାକୁ ନେଇ ଟିଏମସିକୁ ସମାଲୋଚନା କରିଥିଲେ। କହିଥିଲେ, ଅଭିଯୁକ୍ତକୁ ସୁରକ୍ଷା ଦେବାକୁ ମମତା ସରକାର ସବୁ ବଳ ଲଗାଇ ଦେଇଥିଲେ। ହେଲେ ବିଜେପି ସନ୍ଦେଶଖାଲିର ପୀଡିତଙ୍କୁ ନିଶ୍ଚିତ ନ୍ୟାୟ ପ୍ରଦାନ କରିବ। ସେହିପରି ଦୁର୍ନୀତି ପ୍ରସଙ୍ଗରେ ଇଣ୍ଡି ମେଣ୍ଟକୁ ଟାର୍ଗେଟ କରି ମୋଦି କହିଛନ୍ତି, ମୁଁ କହୁଛି ଦୁର୍ନୀତି ହଟାଏ, କିନ୍ତୁ ସେମାନେ କହୁଛନ୍ତି ଦୁର୍ନୀତିଗ୍ରସ୍ତଙ୍କୁ ବଞ୍ଚାଅ। ବିହାର ଓ ପଶ୍ଚିମବଙ୍ଗରେ ମୋଦି କହିଛନ୍ତି, ଗତ 10 ବର୍ଷରେ ତାଙ୍କର ସରକାର ଯାହା କରିଛି, ତାହା କେବଳ ଟ୍ରେଲର। ଆଗକୁ ଫିଲ୍ମ ଆସିବ। ଦେଶର ବିକାଶ ଲାଗି ପୁଣିଥରେ ବିଜେପି ସରକାର ଗଠନ ଲାଗି ଭୋଟ ଦେବାକୁ ମୋଦି କହିଛନ୍ତି।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର