Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୪୪ତମ ପ୍ରଗତି ଆଲୋଚନାରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ ମୋଦି

Manini Pattanayak
Browse all articles by Manini Pattanayak
·1 year ago·1 min read
୪୪ତମ ପ୍ରଗତି ଆଲୋଚନାରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ:   ୪୪ତମ ପ୍ରଗତି ଆଲୋଚନାରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ । ଏହି ଆଲୋଚନାରେ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୭୬ ହଜାର ୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୭ ଟି ପ୍ରମୁଖ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୋଦି । ଏହା ସହ ପ୍ରଧାନମନ୍ତ୍ରୀ ଅମୃତ ୨.୦ ର ସମୀକ୍ଷା କରିଥିଲେ ଏବଂ ମୁଖ୍ୟ ଶାସନ ସଚିବମାନଙ୍କୁ ଏହି ଯୋଜନା ଅଧୀନରେ କାର୍ଯ୍ୟଗୁଡ଼ିକର ବ୍ୟକ୍ତିଗତ ତଦାରଖ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ସହରଗୁଡ଼ିକର ଅଭିବୃଦ୍ଧି ସମ୍ଭାବନା ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୋଜନା କରିବା ଉଚିତ ।

"ଏକ ପେଡ୍ ମା କେ ନାମ" ଅଭିଯାନ ପ୍ରକଳ୍ପ ର ବିକାଶ କରିବା ସମୟରେ ପରିବେଶକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିପାରିବ । ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନ ସମ୍ବନ୍ଧୀୟ ଜନସାଧାରଣଙ୍କ ଅଭିଯୋଗର ସମୀକ୍ଷା କରିଥିଲେ ଏବଂ ମିଶନ ଅମୃତ ସରୋବରରେ କାର୍ଯ୍ୟ ଜାରି ରଖିବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ ମୋଦି । ପ୍ରକଳ୍ପରେ ବିଳମ୍ବ କେବଳ ଖର୍ଚ୍ଚ ବୃଦ୍ଧି କରେ ନାହିଁ ବରଂ ଜନସାଧାରଣଙ୍କୁ ପ୍ରକଳ୍ପର ଉଦ୍ଦିଷ୍ଟ ଲାଭରୁ ମଧ୍ୟ ବଞ୍ଚିତ କରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Narendra Modi chaired the meeting of the 44th edition of PRAGATI | Argus News