Videos
|
National

ଗ୍ଲୋବାଲ୍ ଲିଡର ଉପରେ ବାଜିଲା ମୋହର, ପୁଣି ସାରା ବିଶ୍ୱରେ ଦମଦାର ମୋଦି ଫ୍ୟାକ୍ଟର

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଗ୍ଲୋବାଲ୍ ଲିଡର ଉପରେ ବାଜିଲା ମୋହର, ପୁଣି ସାରା ବିଶ୍ୱରେ ଦମଦାର ମୋଦି ଫ୍ୟାକ୍ଟର

ଅର୍ଗସ ବ୍ୟୁରୋ: ଇଏ ମୋଦିଙ୍କର ମ୍ୟାଜିକ୍, ସାରା ବିଶ୍ବ ତାଙ୍କୁ ଜୁଲାଇ ଅଗଷ୍ଟ ମାସ ପାଇଁ ନିଜ ଦେଶକୁ ଆସିବାକୁ ନିମନ୍ତ୍ରଣ ଦେଉଛନ୍ତି। କାରଣ ବିଶ୍ବର ବହୁ ଦେଶ ଏକଥା ବିଶ୍ବାସ କରୁଛନ୍ତି ଯେ ଲୋକସଭା ନିର୍ବାଚନ ପରେ ମୋଦି ହିଁ ପୁଣି ଫେରିବେ। ତୃତୀୟ ଥର ବି ମୋଦି ହିଁ ହେବେ ଭାରତର ପ୍ରଧାନମନ୍ତ୍ରୀ।ମୋଦିଙ୍କ ନାଁ ସହ ମ୍ୟାଜିକ୍ ଶବ୍ଦ କାହିଁକି ଯୋଡ଼ିଲା ଆଉ ତାଙ୍କ ମ୍ୟାଜିକ୍ କେମିତି କାମ କରେ ସେ ବାବଦରେ ତ ଆଲୋଚନା କରିବା ତା ପୂର୍ବରୁ ଆମେରିକୀୟ ରେଟିଂ ଏଜେନ୍ସି ଦି ମର୍ଣ୍ଣିଂ କନସଲ୍ଟର ଏ ସର୍ଭେ ରିପୋର୍ଟ ଦେଖନ୍ତୁ, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ସ୍ଥାନରେ ଛିଡ଼ା ହୋଇଛନ୍ତି।

ଭାରତର ପିଏମ୍ ମୋଦିଙ୍କୁ 78 ପ୍ରତିଶତ ଆପ୍ରୁଭାଲ୍ ରେଟିଂ ସହ ପ୍ରଥମ ସ୍ଥାନ ମିଳିଛି, ମେକ୍ସିକୋର ରାଷ୍ଟ୍ରପତି ଏଣ୍ଡ୍ରେସ୍ ମେନୁଏଲ୍ ଲୋପେଜ୍ 65 ପ୍ରତିଶତ ଆପ୍ରୁଭାଲ୍ ରେଟିଂ ସହ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଆର୍ଜେଣ୍ଟିନାର ରାଷ୍ଟ୍ରପତି ଜାଭିଅର ମିଲେଇ 63 ପ୍ରତିଶତ ରେଟିଂ ସହ ତୃତୀୟ ସ୍ଥାନରେ ଅଛନ୍ତି। ସେହିପରି ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ 41 ପ୍ରତିଶତ ରେଟିଂ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ଚମକପ୍ରଦ ହେଲା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାମ। ଯିଏ ମାତ୍ର 37 ପ୍ରତିଶତ ଆପ୍ରୁଭାଲ୍ ରେଟିଂ ପାଇ ଏକାଦଶ ସ୍ଥାନରେ ଅଛନ୍ତି। ଏହା ପୂର୍ବରୁ 2023 ଡିସେମ୍ବର ରିପୋର୍ଟରେ ମଧ୍ୟ ପିଏମ୍ ମୋଦି 76 ପ୍ରତିଶତ ଆପ୍ରୁଭାଲ୍ ରେଟିଂ ସହ ମୋଦି ସାରା ବିଶ୍ବରେ ଶୀର୍ଷରେ ଥିଲେ। ଏଥର ଅଧିକ 2 ପ୍ରତିଶତ ଲୋକ ପିଏମ୍ ମୋଦିଙ୍କର କାମରେ ସନ୍ତୁଷ୍ଟି ପ୍ରକାଶ କରି ତାଙ୍କୁ ନିଜ ନେତାର ମଞ୍ଜୁରୀ ଦେଇଛନ୍ତି।

ଏବେ ମୋଦିଙ୍କର ସେହି ମ୍ୟାଜିକ୍ ବାବଦରେ ଦେଖିବା ଯାହା ଫଳରେ ମୋଦିଙ୍କ ସହ ଦୀର୍ଘ ବର୍ଷ ଧରି ଯୋଡ଼ି ହୋଇ ରହିଛି ନଂ ୱାନ୍ ଟ୍ୟାଗ୍। 2014ରୁ 2024 ହେଲାଣି, ଦେଶର ପ୍ରଧାନମନ୍ତ୍ରୀ ହେବା ଦିନ ଠାରୁ ଦୀର୍ଘ 10 ବର୍ଷ ଧରି ନ ଥକି, ବିନା ବିଶ୍ରାମରେ ଭାରତ ଓ ଭାରତବାସୀଙ୍କ ପାଇଁ କାମ କରି ଚାଲିଛନ୍ତି ପ୍ରଧାନମନ୍ତ୍ରୀ। 
 ମୋଦି ଯାହା କହନ୍ତି ତାହା କରି ହିଁ ଦେଖାନ୍ତି । ଏହା ହିଁ ମୋଦି ଗ୍ୟାରେଣ୍ଟି । ଇଏ ସେହି ମୁହୂର୍ତ୍ତ ଥିଲା ଯେତେବେଳେ 500 ବର୍ଷର ଅପେକ୍ଷାରେ ବିରାମ ଲାଗିଲା। ସେହି ମୁହୂର୍ତ୍ତ ଯାହାକୁ ବଞ୍ଚିଲା ସାରା ଦେଶ। ଯେତେବେଳେ ତାଙ୍କର ଭବ୍ୟ ମନ୍ଦିରରେ ରାମ ଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେଲା। ଦୀର୍ଘ ବର୍ଷର ତପସ୍ୟା ଫଳଭୂତ ହେଲା। ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ କେବଳ ଏକ ଧାର୍ମିକ ଉତ୍ସବ ନୁହେଁ ବରଂ ପ୍ରଧାନମନ୍ତ୍ରୀ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିଲେ।

ରାମ ମନ୍ଦିର ହେଉ ବା ଜାମ୍ମୁ କାଶ୍ମୀରରୁ 370 ଉଚ୍ଛେଦ। ଉଜ୍ଜ୍ବଳା ଯୋଜନା ହେଉ କି ସ୍ବଚ୍ଛତା ଅଭିଯାନ। ଅବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଗରିବଙ୍କୁ ମାଗଣା ରାସନ ବଣ୍ଟନ। ମୋଦିଙ୍କ ଗ୍ୟାରେଣ୍ଟି ଓ ଗ୍ୟାରେଣ୍ଟି ପୂରଣ ହେବାର ଏମିତି ଅନେକ ପ୍ରମାଣ ନରେନ୍ଦ୍ର ମୋଦିଙ୍କୁ ଜନତାଙ୍କ ଭିତରେ ଲୋକପ୍ରିୟ କରିଚାଲିଛି । ଆତଙ୍କବାଦ ବିରୋଧରେ କଡ଼ା ଆଭିମୁଖ୍ୟ ସହ ଜି 20 ସମ୍ମିଳନୀରେ ସାରା ବିଶ୍ବ ଦେଖିବା ଭାରତର ପରାକାଷ୍ଠା। ରାଷ୍ଟ୍ରନୀତିରୁ ନେଇ କୂଟନୀତି, ଅର୍ଥନୀତି ଯାଏଁ ସବୁ କ୍ଷେତ୍ରରେ ବିଶ୍ବରେ ଉପରେ ଉଡୁଛି ଭାରତର ବିଜୟ ବାନା। ଏ ସବୁ ସମ୍ଭବ ହୋଇଛି ମୋଦିଙ୍କ ସଫଳ ଓ ଦୃଢ଼ ନେତୃତ୍ବ ଫଳରେ। ଏଥିପାଇଁ ତ ସାରା ବିଶ୍ବରେ ମୋଦି ନଂ 1।ଦେଶରୁ ନେଇ ବିଦେଶ, ଅଯୋଧ୍ୟାରୁ ନେଇ ଆବୁଧାବି ଆମେରିକାରୁ ନେଇ ଅଷ୍ଟ୍ରେଲିଆ। ସବୁଠି ମୋଦିଙ୍କ ପ୍ରଶଂସାରେ ଶତମୁଖ ଲୋକେ, ଆଉ ଏଥିପାଇଁ ଲୋକପ୍ରିୟତାର ଶୀର୍ଷରେ ସ୍ଥାନ ବଜାୟ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: