Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଋଷିକେଶ ଓ କରୌଲୀରୁ କଂଗ୍ରେସକୁ ମୋଦିଙ୍କ ଜୋରଦାର ଆକ୍ରମଣ

Manini Pattanayak
Browse all articles by Manini Pattanayak
·2 years ago·2 min read
ଋଷିକେଶ ଓ କରୌଲୀରୁ କଂଗ୍ରେସକୁ ମୋଦିଙ୍କ ଜୋରଦାର ଆକ୍ରମଣ

ନୂଆଦିଲ୍ଲୀ:  ଋଷିକେଶ ଓ କରୌଲୀରୁ କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଜୋରଦାର ଆକ୍ରମଣ । ମୋଦି କହିଛନ୍ତି, ପୂର୍ବର ଦୁର୍ବଳ ସରକାର ପାଇଁ ଶତ୍ରୁ ନେଉଥିଲେ ଫାଇଦା । ଏବେ ଶତ୍ରୁକୁ ଘରେ ପଶି କରୁଛୁ ନିପାତ । ପ୍ରଭୁ ରାମଙ୍କ ପରେ ଏବେ ଗଙ୍ଗାର ଅସ୍ତିତ୍ବ ଉପର ପ୍ରଶ୍ନ କରୁଛି କଂଗ୍ରେସ । ଦେଶରେ ସ୍ଥିର ସରକାର ଗଠନ ଲାଗି ଅହ୍ବାନ ଦେଇଛନ୍ତି ପିଏମ୍ ମୋଦି ।
ପ୍ରଧାନମନ୍ତ୍ରୀ ମୋଦି ଉତ୍ତରାଖଣ୍ଡର ଋଷିକେଶରେ ଆଇଡିପିଏଲ୍‌ ସ୍ପୋର୍ଟସ ଗ୍ରାଉଣ୍ଡରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଞ୍ଚରେ ପହଞ୍ଚି ଦେବଭୂମିକୁ ପ୍ରଣାମ କରିବା ସହ ଡମ୍ବରୁ ବଜାଇ ବାବା କେଦାରନାଥଙ୍କୁ ପ୍ରଣାମ କରିଥିଲେ। ନିର୍ବାଚନ ରାଲିରେ କଂଗ୍ରେସକୁ ଟାର୍ଗେଟ୍‌ କରି ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିକାଶ ଏବଂ ଐତିହ୍ୟକୁ କଂଗ୍ରେସ ବିରୋଧ କରୁଛି। ପ୍ରଭୁ ରାମଙ୍କ ଅସ୍ତିତ୍ୱ ଉପରେ କଂଗ୍ରେସ ପ୍ରଶ୍ନ ଉଠାଇଥିଲା ଏବେ ଗଙ୍ଗାର ଅସ୍ତିତ୍ବ ଉପର ପ୍ରଶ୍ନ କରିଛି। ଏଥିସହ ଦେଶରେ ସ୍ଥିର ସରକାର ଗଠନ ଲାଗି ଲୋକଙ୍କୁ ଅହ୍ବାନ ଦେଇଛନ୍ତି। 

ଋଷିକଶ ପରେ ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନର କରୌଲୀରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଛନ୍ତି। କରୌଲୀରେ ବି ମୋଦି କଂଗ୍ରେସ ଉପରେ ଜୋରାଦର ବର୍ଷିଛନ୍ତି। କହିଛନ୍ତି, ଯେଉଁ ସମସ୍ୟାର ସମାଧାନ କରିବାରେ କଂଗ୍ରେସ ବିଫଳ ହୋଇଥିଲା, ଗତ 10 ବର୍ଷ ଭିତରେ ବିଜେପି ସରକାର ତାହାର ସମାଧାନ କରିଛି। କଂଗ୍ରେସ ବର୍ଷ ବର୍ଷ ଧରି ଗରିବୀ ହଟାଓ ନାରା ଦେଉଥିଲା, ହେଲେ ମୋଦି 10ବର୍ଷରେ 25 କୋଟି ଲୋକଙ୍କୁ ଗରିବରେଖାରୁ ବାହାରକୁ ଆଣିଛନ୍ତି। ଏଥିସହ ଦୁର୍ନୀତି ପ୍ରସଙ୍ଗରେ ଇଣ୍ଡି ମେଣ୍ଟକୁ ମଧ୍ୟ ଟାର୍ଗେଟ କରିଚନ୍ତି ମୋଦି। ଉତ୍ତରାଖଣ୍ଡର ଋଷିକେଶ ଓ ରାଜସ୍ଥାନରେ କରୌଲୀରେ ମୋଦି ପୁଣି ଦୋହରାଇଛନ୍ତି, ଯଦି ଆମେ ଏକ ବିକଶିତ ଭାରତର ସ୍ବପ୍ନକୁ ପୂରଣ କରିବାକୁ ଚାହୁଁ, ତେବେ ଆମକୁ ପଦ୍ମ ଫୁଲରେ ଭୋଟ ଦେବାକୁ ପଡ଼ିବ। ବାକି କାମ କରିବା ମୋର ଗ୍ୟାରେଣ୍ଟି।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Narendra Modi on April 11 asserted that there is a strong government at the Centre and under the “strong Modi government”. | Argus News