ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ, ମମତା ସରକାରଙ୍କ ଉପରେ ବର୍ଷିଛନ୍ତି ମୋଦି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାରାସତରେ ନାରୀ ଶକ୍ତି ବନ୍ଦନ ଅଭିଯାନରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ସମୃଦ୍ଧ ଭାରତ ଗଠନରେ ନାରୀଶକ୍ତିର ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ବୋଲି ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ଟିଏମସି ସରକାରଙ୍କୁ ପୁଣି ନିଶାନା କରିଛନ୍ତି ମୋଦି। ସନ୍ଦେଶଖାଲି ଯୌନ ଉତ୍ପୀଡ଼ନ ପ୍ରସଙ୍ଗ ଉଠାଇ ମମତା ସରକାରଙ୍କ ଉପରେ ବର୍ଷିଛନ୍ତି ପିଏମ। ପରିବାରବାଦ ପ୍ରସଙ୍ଗ ସହ ଇଣ୍ଡି ମେଣ୍ଟକୁ ଟାର୍ଗେଟ କରିଥିଲେ ମୋଦି। ପୂରା ଦେଶ ମୋ ପରିବାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ଏହାସହ ଦେଶର ପ୍ରଥମ ଅଣ୍ଡର୍ ୱାଟର ମେଟ୍ରୋ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ହୁଗୁଳି ନଦୀ ଭିତରେ ଦେଇ କୋଲକାତାର ମୈଦାନ ଷ୍ଟେସନରୁ ଏସପ୍ଲାନେଡ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଚାଲିବ ଏହି ଅଣ୍ଡର ୱାଟର ମେଟ୍ରୋ । ପ୍ରଧାନମନ୍ତ୍ରୀ ନିଜେ ମେଟ୍ରୋରେ ବସି ଯାତ୍ରା କରିଥିଲେ । ମେଟ୍ରୋ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଟ୍ରେନ୍ରେ ଯାତ୍ରା କରୁଥିବା ସ୍କୁଲ ଛାତ୍ରଛାତ୍ରୀ ଓ ଅନ୍ୟ ଯାତ୍ରୀମାନଙ୍କ ସହ ବି କଥାହୋଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର