Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୋଲାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ 

National

ପୋଲାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ 

Manini Pattanayak
Browse all articles by Manini Pattanayak
·1 year ago·2 min read
ପୋଲାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ 

ନୂଆଦିଲ୍ଲୀ:  ପୋଲାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ । ୪୫ ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀ ପୋଲାଣ୍ଡ ଗସ୍ତରେ ଯାଇଥିବାରୁ ତାଙ୍କୁ ଦେଖିବାକୁ ପ୍ରବାସୀ ଭାରତୀୟଙ୍କ ପ୍ରବଳ ଭିଡ। ମୋଦି ମୋଦି ନାରାରେ କମ୍ପିଥିଲା ପରିବେଶ । ଏପଟେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲଡ ଟସ୍କଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ରହିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଲାଣ୍ଡରେ ପହଂଚିଛନ୍ତି । 45ବର୍ଷରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପୋଲାଣ୍ଡ ଗସ୍ତ । ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ୍ବାରସରେ ପହଂଚିଥିଲେ । ବିମାନବନ୍ଦରରେ ପହଂଚିବା ପରେ ପ୍ରବାସୀଭାରତୀୟମାନେ ମୋଦିଙ୍କୁ ସ୍ବାଗତ କରିଥିଲେ । ମୋଦି ମୋଦି ନାରାରେ ପୁରା ପରିବେଶ କମ୍ପିଥିଲା । କୁନି କୁନି ପିଲାମାନଙ୍କ ସହିତ ମିଶିଥିଲେ ପ୍ରଧାନମନ୍ତ୍ରୀ । ଦୁଇ ଦେଶ ଗସ୍ତ କାର୍ଯ୍ୟକ୍ରମ ରହିଛି ମୋଦିଙ୍କର । ୟୁକ୍ରେନର ରାଜଧାନୀ କିଭ ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । 1979 ମସିହାରେ ଶେଷ ପ୍ରଧାନମନ୍ତ୍ରୀ ଭାବେ ମୋରାଜୀ ଦେଶାଇ ପୋଲାଣ୍ଡ ଗସ୍ତରେ ଯାଇଥିଲେ । 

 ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରେଜ ସେବାଷ୍ଟିଆନ ଡୁଡାଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କର ସାକ୍ଷାତ କରିବାର କାର୍ଯ୍ୟକ୍ରମ ଅଛି । ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବାର ଅଛି । ପୋଲାଣ୍ଡ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ଯିବାର କାର୍ଯ୍ୟକ୍ରମ ରହିଛି ।  ପୋଲାଣ୍ଡ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ୍ବାର-ସରେ ଥିବା ମେମୋରିଆଲ ବୁଲିବାର କାର୍ଯ୍ୟକ୍ରମ ରହିଛି । 1940 ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ  6ହଜାରରୁ ଅଧିକ ମହିଳା ଏବଂ ଶିଶୁ ଭାରତର ଜାମନଗର ଏବଂ କୋହ୍ଲାପୁରରେ ଶରଣାର୍ଥୀ ଭାବେ ରହିଥିଲେ ।   ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟର ଲୋକମାନଙ୍କୁ ସମ୍ବୋଧନ କରିବାର ଅଛି । ପାଖାପାଖି 25ହଜାର ବଛା ବଛା ବିଜନେସ ଲିଡର୍ସମାନଙ୍କୁ ଉଦବୋଧନ ଦେବେ ମୋଦି। 
 ମାର୍ଚ୍ଚ 2022ରେ ରାଷ୍ଟ୍ରପତି ଡୁଡାଙ୍କ ସହିତ ଫୋନରେ କଥା ହୋଇଥିଲେ ମୋଦି। ୟୁକ୍ରେ୍ନରେ ଫଶିରହିଥିବା ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବାରେ ସହାୟତା ଯୋଗାଇଥିବା କାରଣରୁ ଧନ୍ୟବାଦ ଦେଇଥିଲେ ଡୁଡାଙ୍କୁ । ଏଥିସହ ୟୁକ୍ରେନରୁ ପୋଲାଣ୍ଡ ଅଭିମୁଖେ ଯାଇଥିବା ଭାରତୀୟମାନଙ୍କ ଭିସା କୋହଳ କରିଥିବା କାରଣରୁ କୃତଜ୍ଞତା ଜଣାଇଥିଲେ ମୋଦି । 2022ରେ ପ୍ରାୟ 4ହଜାର ଭାରତୀୟ ଛାତ୍ର ୟୁକ୍ରେନରୁ ପୋଲାଣ୍ଡକୁ ସ୍ଥାନାନ୍ତର ହୋଇଥିଲେ । ପୋଲାଣ୍ଡ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ, ପୋଲାଣ୍ଡ ସହିତ 70ବର୍ଷର କୁଟନୈତିକ ସମ୍ପର୍କକୁ ଦୃଷ୍ଟିରେ ରଖି ମୋର ଏହି ଗସ୍ତ । କେନ୍ଦ୍ରୀୟ ୟୁରୋପରେ ଆର୍ଥିକ କାରବାରର କି ପାର୍ଟନର ହେଉଛି ପୋଲାଣ୍ଡ। 

ଅଧିକ ପଢନ୍ତୁ ବିଦେଶ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Narendra Modi received a grand welcome in Poland | Argus News