|
logo
Live

Argus News - ଏ ବିଜୟ ଅଭୂତପୂର୍ବ- ପ୍ରଧାନମନ୍ତ୍ରୀ

National

ଏ ବିଜୟ ଅଭୂତପୂର୍ବ- ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ଏ ବିଜୟ ଅଭୂତପୂର୍ବ- ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜେପିର ବୃହତ ବିଜୟ । 3ଟି ରାଜ୍ୟରେ ଥିବା ସରକାର ବଦଳିବାକୁ ଯାଉଛି । ଆଦିବାସୀମାନେ ବୁଝିଛନ୍ତି କେବଳ ବିଜେପି ହିଁ ବିକାଶ କରିପାରିବ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ଐତିହାସିକ ବିଜୟ ପରେ ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ସମ୍ବୋଧନ ପରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଜୟ ଲାଗି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । 

ଏ ବିଜୟ ବିକଶିତ ବାରତର ଲକ୍ଷ୍ୟ ପାଇଁ ଉଦ୍ଧିଷ୍ଟ । ନାରୀ ଶକ୍ତି, ଯୁବ ଶକ୍ତି,ଗରିବଙ୍କ ବିକାଶ ଜରୁରୀ । ଯେତେବଳେ ନାରୀ ଶକ୍ତି ସୁରକ୍ଷା ଦେବେ କେହି ରୋକିପାରିବେନି । ଯୁବ ଶକ୍ତି ଜାଣିଛନ୍ତି ବିଜେପି ହିଁ ବିକାଶ କରିପାରିବ । ଜବଲ ଇଞ୍ଜିନ ସରକାର ଦ୍ୱାରା ବିକାଶ ସମ୍ଭବ । 

ଦେଶରେ 4 ଜାତିର ବିକାଶ ଦ୍ୱାରା ଦେଶର ବିକାଶ ସମ୍ଭବ । ମଧ୍ୟପ୍ରଦେଶବାସୀ ଜାଣିଛନ୍ତି ବିଜେପିର କେହି ବିକଳ୍ପ ନାହାନ୍ତି । ତେଲେଙ୍ଗାନାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ, କମ୍ କରାଯାଇ ପାରିବନି । ଲୋକେ ବୁଝିଲେଣି ସ୍ଥିର ସରକାର ଦ୍ୱାରା ହିଁ ବିକାଶ ସମ୍ଭବ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗେରୁଆମୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ । ମଧ୍ୟପ୍ରଦେଶରେ ବିଜେପିର ସୁନାମି ପରେ ଇଏ ବିଜୟ ଉତ୍ସବ ।  ଡେସେମ୍ବର 3 ବିଜେପି ପାଇଁ ଐତିହାସିକ ଦିନ । କାରଣ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ଡବଲଇଞ୍ଜିନକୁ ବାଛିଛନ୍ତି ଜନତା ।  ଜୟପୁରରୁ ରାୟପୁର , ଭୋପାଲରୁ ରାଜଧାନୀ ଦିଲ୍ଲୀ... ସବୁଠି ବିଜେପିର ସେଲିବ୍ରେସନ୍ । ଦଳୀୟ କାର୍ଯ୍ୟାଳୟରେ ଆଜି ହୋଲି, ଦୀପାବଳୀ ସବୁ କିଛି ପାଳନ କରିଛନ୍ତି ବିଜେପି କର୍ମୀ । 

ବିକାଶର ମୋଦି ଗ୍ୟାରେଣ୍ଟି ଉପରେ ଲୋକଙ୍କ ଭରସା
 

Sponsored
ଏ ବିଜୟ ଅଭୂତପୂର୍ବ- ପ୍ରଧାନମନ୍ତ୍ରୀ | Argus News