Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ  ପ୍ରଶଂସା କଲେ  ପ୍ରଧାନମାନ୍ତ୍ରୀ ମୋଦି

National

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ  ପ୍ରଶଂସା କଲେ  ପ୍ରଧାନମାନ୍ତ୍ରୀ ମୋଦି

Manini Pattanayak
Browse all articles by Manini Pattanayak
·2 years ago·1 min read
ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ  ପ୍ରଶଂସା କଲେ  ପ୍ରଧାନମାନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ  ପ୍ରଶଂସା କଲେ  ପ୍ରଧାନମାନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ଜଣେ ବିରୋଧି ଦଳର ଟାଣୁଆ ନେତାଙ୍କ ପ୍ରଂଶସା କରୁଥିବାବେଳେ  କରତାଳିରେ ଫାଟି ପଡିଥିଲା ସଦନ।  ପୂର୍ବ ପ୍ରଧାନମନ୍ତ୍ରୀ  ଡ. ମନମୋହନଙ୍କ  ପ୍ରଂଶସାରେ ସତମୁଖ ହୋଇଥିଲେ ମୋଦି। ମନମୋହନ ସିଂହ  ଜଣେ ବିରୋଧି ଦଳର ଟାଣୁଆ ନେତା। ତାଙ୍କର ମୂଲ୍ୟବାନ ଚିନ୍ତାଧାରା  ଦ୍ୱାରା ଗଣତନ୍ତ୍ରକୁ ଶକ୍ତି ମିଳିଛି। ୬ ଥର ରାଜ୍ୟସଭା ସଦସ୍ୟ ରହିଥିବା  ଡ. ସିଂହ   ଜଣେ ନେତା ଭାବେ ଏବଂ ଜଣେ ବିରୋଧି ଦଳ ନେତା ଭାବେ ତାଙ୍କର ବହୁତ ବଡ ଅବଦାନ ରହିଛି।  ଲମ୍ଭା ସମୟ ପର୍ଯ୍ୟନ୍ତ ସେ ଗୃହକୁ ମାର୍ଗଦର୍ଶନ କରିଛନ୍ତି.. ଦେଶକୁ ମାର୍ଗଦର୍ଶନ କରିଛନ୍ତି । ଲୋକତନ୍ତ୍ର ପ୍ରତି ଡ.ସିଂହଙ୍କର ଅବଦାନ ଅତୁଳନୀୟ।  ତାଙ୍କ ଉତ୍ତମ ଚିନ୍ତାଧାରାରେ ଅନୁପ୍ରାଣିତ ଅନେକ ସଦସ୍ୟ।

ଯେତେବେଳେ ବି  ଆମ ଲୋକତନ୍ତ୍ର ଚର୍ଚ୍ଚା ହେବ ସେତେବେଳେ ମାନନୀୟ ମନମୋହନ ସିଂହଙ୍କ  ଯୋଗଦାନର ନିଶ୍ଚିତ ଚର୍ଚ୍ଚା ହେବ । ସଂସଦର ଏକ ନିର୍ବାଚନରେ ମନମୋହନ ସିଂ ହୁଇଲ ଚେୟାରରେ ଆସି ମତାଧିକାର ସାବ୍ୟସ୍ତ କଲେ। ଏହା ଜଣେ କର୍ତ୍ତବ୍ୟନିଷ୍ଠ ସାଂସଦଙ୍କ ପରିଚୟ ବୋଲି କହିଥିଲେ ମୋଦି ବୋଲି ମୋଦି କହିଛନ୍ତି।  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ଗଣତି  ସେହି ଉଦାର ନେତାଙ୍କ ମଧ୍ୟରେ  କରାଯାଇଥାଏ।   ଯିଏ କି ବିପକ୍ଷ ନେତାଙ୍କ ଭଲ କାର୍ଯ୍ୟକୁ ପ୍ରଂଶସା କରିବାରେ  ମନଉଣା କରିନଥାନ୍ତି।  ତାଙ୍କର ଏହି ଉଦାର ଭାବମୂର୍ତ୍ତି ରାଜ୍ୟ ସଭାରେ ଦେଖିବାକୁ ମିଳିଛି। ଆଜି ରାଜ୍ୟସଭାରେ ଶେଷ ହୋଇଛି  ମନମୋହନ ସିଂହଙ୍କ ସମେତ 56 ସାଂସଦଙ୍କ କାର୍ଯ୍ୟକାଳ। । 

ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
Prime Minister Narendra Modi, speaking in the Rajya Sabha on Thursday, commended former Prime Minister Manmohan Singh's contribution and said Singh 'worked even in a wheelchair'. | Argus News