ପାକିସ୍ତାନକୁ ଆଣ୍ଠେଇବାକୁ ବାଧ୍ୟ କରିଥିଲା ଭାରତ

Key Points
ଯିଏ ସିନ୍ଦୂର ପୋଛିଲା ସିଏ ମାଟିରେ ମିଶିଲା
ଭାରତର ଅନିଷ୍ଟ କଲେ ଭାରତ କିଭଳି ତାର ବଦଲା ନିଏ ତାକୁ ନେଇ ଆଜି କଡା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ। ରାଜସ୍ଥାନର ପଲାନାରେ ଆୟୋଜିତ ସାଧାରଣ ସଭାରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନିଶାନା କରିଛନ୍ତି ପାକିସ୍ତାନକୁ। ସେ କହିଛନ୍ତି ସିନ୍ଦୂର ଯେବେ ବାରୁଦ ହୁଏ ତାର ପରିଣାମ କ'ଣ ହୁଏ ତାହା ଦେଖିଲା ସାରା ବିଶ୍ବ।
୨୨ ତାରିଖର ଜବାବ ନିଆଯାଇଛି ୨୨ ମିନିଟରେ । ଆତଙ୍କୀଙ୍କୁ ମାଟିରେ ବିଶାଇବାକୁ ସାରା ଦେଶ ଏକ ହୋଇଥିଲା। ଭାରତ ସହ ଯଦି ପାକିସ୍ତାନର ସିଧା ଲଢେଇ ହୁଏ କେବେ ଜିତି ପାରିବ ନାହିଁ ପାକିସ୍ତାନ।
📱 Get Argus News App
✨ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେବାର ଫଳ ଭୋଗୁଛି ପାକିସ୍ତାନ। ଯଦି ପାକିସ୍ତାନ ସହ କେବେ ଆଲୋଚନା ହେବ ତାହା କେବଳ ପିଓକେ କୁ ନେଇ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସେହିଭଳି ସିନ୍ଧୁ ଜଳ ଚୁକ୍ତି ସ୍ଥଗିତକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ନିଷ୍ପତ୍ତି ବଳବତ୍ତର ରହିବ। ପାକିସ୍ତାନ ସହିତ କୌଣସି ବାଣିଜ୍ୟ କାରବାର କରାଯିବ ନାହିଁ।
ଯେଉଁମାନେ ଭାରତର ସିନ୍ଦୂର ଲିଭାଇଥିଲେ , ସେମାନେ ମାଟିରେ ମିଶିଛନ୍ତି। ପହଲଗାମ ଆକ୍ରମଣର ପ୍ରତିଶୋଧ ପାଇଁ ଆମ ସେନା ୩ ଦିଗରୁ ଘେରିଥିଲେ ପାକିସ୍ତାନକୁ। ପାକିସ୍ତାନକୁ ଆଣ୍ଠେଇବାକୁ ବାଧ୍ୟ କରାଯାଇଥିଲା ବୋଲି ରାଜସ୍ଥାନରେ କହିଛନ୍ତି ପ୍ରଧାନମନ୍ତ୍ରୀ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରେସନ ସିନ୍ଦୂର ପରେ ପ୍ରଥମଥର ଲାଗି ଭାରତ-ପାକିସ୍ତାନ ସୀମାରେ ନିଜର ବାର୍ତ୍ତା ରଖିଛନ୍ତି। ପଲାନା ଓ ବିକାନେରରେ ୨୬ ହଜାର କୋଟିର ବହୁମୁଖୀ ବିକାଶମୂଳକ ପ୍ରକଳ୍ପର ଭିତିପ୍ରସ୍ତର ଓ ଶିଳାନ୍ୟାସ କରିଛନ୍ତି । ଏହା ସହିତ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୬ଟି ଜିଲ୍ଲାରେ ପୁନର୍ଗଠିତ ୧୦୩ଟି ଅମୃତ ଭାରତ ଷ୍ଟେସନର ଉଦଘାଟନ କରିଛନ୍ତି ।