ରାଜ୍ୟରେ 274ଟି ନୂଆ ରେଳ ପ୍ରକଳ୍ପ ପାଇଁ ଭିତ୍ତି ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ରେଳ ପଥର ବିକାଶ ପାଇଁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ। ଗୋଟିଏ ଦିନରେ ଦେଶବାସୀଙ୍କୁ 85 ହଜାର କୋଟି ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିରେ ରହିଛି ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍। ଯାହାକୁ ଦେଶବାସୀଙ୍କୁ ଉତ୍ସର୍ଗ କରିଛନ୍ତି ପିଏମ୍ ମୋଦି । ଏଥିସହ ଓଡ଼ିଶାକୁ ମିଳିଛି ତୃତୀୟ ବନ୍ଦେ ଏକ୍ସପ୍ରେସ । ବିଶାଖାପାଟଣାରୁ ଭୁବନେଶ୍ବରକୁ ଚଳାଚଳ ଆରମ୍ଭ କରିଛି ଏହି ନୂଆ ଟ୍ରେନ୍। ମୋଦି କହିଛନ୍ତି ଇଏ ୧୦ ବର୍ଷର କାମ ଟ୍ରେଲର ମାତ୍ର, ଆଗକୁ ଆହୁରି ଯିବାର ଅଛି ଅନେକ ବାଟ।
ଗୁଜରାଟ ଅହମ୍ମଦାବାଦରୁ ରେଳ ଭିତ୍ତିଭୂମିର ବିକାଶ ସହ ରେଳ ସଂଯୋଗୀକରଣ କ୍ଷେତ୍ରରେ ଦେଶବ୍ୟାପୀ ବିବିଧ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଦେଶର 764ଟି ରେଳ ଷ୍ଟେସନରେ ଆୟୋଜନ କରାଯାଇଥିଲା କାର୍ଯ୍ୟକ୍ରମ। ଏକାସାଙ୍ଗରେ 10 ହଜାର ଲାଇଭ ସ୍କ୍ରିନ୍ ମାଧ୍ୟମରେ ହୋଇଥିଲା ପ୍ରସାରଣ। ଓଡ଼ିଶାରେ 274ଟି ନୂଆ ରେଳ ପ୍ରକଳ୍ପ ପାଇଁ ଭିତ୍ତିସ୍ଥାପନ କରିଛନ୍ତି ପିଏମ୍ ମୋଦି। ଏଥିରେ ରହିଛି 162ଟି ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍, 41ଟି ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ ଷ୍ଟଲ୍, 50ଟି ସୋଲାର୍ ପାୱାର୍ ଷ୍ଟେସନ୍, 5 ଗୁଡସ ସେଡ୍, 9ଟି ନୂଆ ରେଳ ଲାଇନ୍, ଦୋହରୀକରଣ ଓ ତୃତୀୟ ଲାଇନ ପ୍ରକଳ୍ପ, 4ଟି ଅଟୋ ସିଗନାଲ୍ ସିଷ୍ଟମ୍, ଗୋଟିଏ ଗତି ଶକ୍ତି ଟର୍ମିନାଲ୍, ଗୋଟିଏ ଜନଔଷଧି କେନ୍ଦ୍ର ଏବଂ ଗୋଟିଏ ରେଳ କୋଚ୍ ରେଷ୍ଟୁରାଣ୍ଟ । ଓଡ଼ିଶାର 9ଟି ନୂଆ ରେଳ ଲାଇନ, ଦୋହରୀକରଣ ଓ ତୃତୀୟ ଲାଇନର ଲୋକାର୍ପଣ କରିଛନ୍ତି । ଏଥିରେ ରହିଛି ଭଦ୍ରକ-ନିର୍ଗୁଣ୍ଡି ରେଳ ଲାଇନ୍, କୋରାପୁଟ ଡୁମୁରୀପୁଟ ନୂତନ ରେଳ ଲାଇନ୍ ଓ କୋରାପୁଟ ରାୟଗଡ଼ା ରେଳଲାଇନ୍ ଦୋହରୀକରଣ ଇତ୍ୟାଦି।
ମୋଦି ସରକାରଙ୍କ ଅମଳରେ ରେଳ ପ୍ରକଳ୍ପ ପାଇଁ ଓଡ଼ିଶାକୁ ମିଳୁଛି ରେକର୍ଡ ଅନୁଦାନ। ଗତବର୍ଷ ଓଡ଼ିଶାକୁ 9734 କୋଟିର ଅନୁଦାନ ଆସିଥିବା ବେଳେ ଏଥର ଆସିଛି 10 ହଜାର 12 କୋଟି । ତେବେ ଓଡିଶା ସରକାର ମାଗିଥିଲେ 8 ହଜାର 4 ଶହ କୋଟି.. ମାଗିବା ରାଶିଠାରୁ ମିଳିଛି ଅଧିକ ଅନୁଦାନ । ନଜର ପକାନ୍ତୁ ୟୁପିଏ ସମୟରେ ଓଡିଶାକୁ ଆସୁଥିବା ଅନୁଦାନ ଓ ଏନଡିଏ ସମୟର ରେଳ ଅନୁଦାନକୁ 2009-10ରେ ଆସିଥିଲା 657.6 କୋଟି, 2010-11ରେ ମିଳିଲା 900.3 କୋଟି, 2011-12ରେ 1100.3 କୋଟି,2012-13ରେ 719.3 କୋଟି, 2013-14ରେ 812 .5 କୋଟି ମିଳିଥିଲା ତେବେ ଏନଡିଏ ସମୟରେ ବଢିଲା ରେଳ ଅନୁଦାନ- ...2014-15ରେ 1465 କୋଟି,15-16ରେ 3712 କୋଟି,16-17ରେ 4682 କୋଟି, 17-18ରେ 5102 କୋଟି, 18-19ରେ 5252 କୋଟି,2019-20ରେ 5993 କୋଟି,2020-21 6995 କୋଟି ଓ 2022-23ରେ ମିଳିଥିଲା9734 କୋଟି ଏଥରୁ 95 ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି ବୋଲି ସୁଚନା ଦେଇଛି ପୂର୍ବତନ ରେଳପଥ.. ପୂର୍ବରୁ ୟୁପିଏ ସମୟରେ ରାଜ୍ୟ ଯେତିକି ମାଗୁଥିଲା ତାଠୁ କମ୍ ମିଳୁଥିଲା ଏବେ କିନ୍ତୁ ମାଗିବାଠାରୁ ମିଳୁଛି ଅଧିକ ଅନୁଦାନ।
ଅଧିକ ପଢନ୍ତୁ ଭାରତ ଖବର