Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁରୁଣା ପରିଚୟ ଫେରି ପାଇବ ‘ନାଳନ୍ଦା’

Smruti Parija
Browse all articles by Smruti Parija
·2 years ago·1 min read
ପୁରୁଣା ପରିଚୟ ଫେରି ପାଇବ ‘ନାଳନ୍ଦା’

ଅର୍ଗସ ବ୍ୟୁରୋ: ପୁରୁଣା ପରିଚୟ ଫେରି ପାଇବ ‘ନାଳନ୍ଦା’ । ବିଶ୍ବପ୍ରସିଦ୍ଧ ବିହାରର ନାଳନ୍ଦା ବିଶ୍ବବିଦ୍ୟାଳୟର ପୁନଃରୁଦ୍ଧାର ସହ ରାଜଗିର କ୍ୟାମ୍ପସକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତାଙ୍କ ସହ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେନକର, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସମେତ 17ଟି ଦେଶର ରାଷ୍ଟ୍ରଦୂତଙ୍କ ସମେତ  ନାଲଣ୍ଡା ବିଶ୍ବବିଦ୍ୟାଳୟର ଛାତ୍ରମାନେ ମଧ୍ୟ ଉପସ୍ଥିତ ଥିଲେ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଅବସରରେ ପିଏମ୍ କହିଛନ୍ତି, ଏହା କେବଳ ନାଲନ୍ଦା କିମ୍ବା ବିହାର ପାଇଁ ନୁହେଁ ବରଂ ବିଶ୍ବ ପାଇଁ ଏକ ଐତିହାସିକ ଦିନ । ଏଥିସହ ପ୍ରାଚୀନ ନାଳନ୍ଦା ବିଶ୍ବବିଦ୍ୟାଳୟର ଭଗ୍ନାବଶେଷ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ । 2014 ମସିହା ସେପ୍ଟେମ୍ବର 19 ତାରିଖରେ ନାଳନ୍ଦା ୟୁର୍ନିଭର୍ସିଟିରେ ନୂଆ କ୍ୟାମ୍ପସର ଶିଳାନ୍ୟାସ କରିଥିଲେ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ । 
ଦୀର୍ଘ 9 ବର୍ଷ ପରେ ପିଏମ୍ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଜଗିର କ୍ୟାମ୍ପସର ଉଦଘାଟନ କରିଛନ୍ତି । 455 ଏକର ଜମିରେ 1749 କୋଟି ଟଙ୍କା ଖର୍ଚ୍ଚରେ ଏହି କ୍ୟାମ୍ପସ୍ ତିଆରି କରାଯାଇଛି ।


 

Sponsored
Prime Minister Narendra Modi watches the ruins of ancient Nalanda University in Bihar | Argus News