Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ଲୋକସଭାରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Smruti Parija
Browse all articles by Smruti Parija
·2 years ago
ଆଜି ଲୋକସଭାରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅର୍ଗସ ବ୍ୟୁରୋ: ଆଜି ଲୋକସଭାରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ମତ ରଖିବେ । ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଅଭିଭାଷଣ ରଖିବେ ମୋଦି । ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ରଖିପାରନ୍ତି । 

ଗତକାଲି ଲୋକସଭାରେ ହିନ୍ଦୁଙ୍କୁ ହିଂସ୍ର ବୋଲି କହିଥିଲେ ରାହୁଲ ଗାନ୍ଧୀ । ରାହୁଲଙ୍କ ଏପରି ବୟାନକୁ ନେଇ ଲୋକସଭାରେ ଝଡ଼ ସୃଷ୍ଟି ହୋଇଥିବବେଳେ ଆପତ୍ତି ଉଠାଇଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି । ଦେଶରେ ସଂଖ୍ୟାଲଘୁ ଧ୍ରୁବୀକରଣ ପାଇଁ ରାହୁଲ ଗାନ୍ଧିଙ୍କ ଷ୍ଟ୍ରାଟେଜି ହେବ କି ବୁମେରାଂ । ରାହୁଲ କ୍ଷମା ମାଗିବାକୁ ଦାବି କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Narendra Modi will address the Lok Sabha today | Argus News