Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାଇବ୍ରାଣ୍ଟ ଗୁଜରାଟ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ଭାଇବ୍ରାଣ୍ଟ ଗୁଜରାଟ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ଆଜି ଭାଇବ୍ରାଣ୍ଟ ଗୁଜରାଟ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ୯ଟା ୪୫ରେ ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ଗ୍ଲୋବାଲ ଶିଖର ସମ୍ମିଳନୀର ଦଶମ ସଂସ୍କରଣର ହେବ ଉଦଘାଟନ । ଏହାର ବିଷୟବସ୍ତୁ ରହିଛି 'ଭବିଷ୍ୟତର ପ୍ରବେଶ ଦ୍ବାର'। ଏହି ସମ୍ମିଳନୀର ଦଶମ ସଂସ୍କରଣରେ " ଭାଇବ୍ରାଣ୍ଟ ଗୁଜରାଟର ୨୦ ବର୍ଷ ପୂର୍ତ୍ତିକୁ ସଫଳତାର ଶିଖର ସମ୍ମିଳନୀ" ଭାବରେ ପାଳନ କରାଯିବ । 

୨୦୦୩ରେ ଆରମ୍ଭ ହୋଇଥିବା ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀ ଆଜି ବ୍ୟବସାୟିକ ସହଯୋଗ, ଜ୍ଞାନ ଆଦାନପ୍ରଦାନ ଏବଂ ସାମଗ୍ରିକ ଅଭିବୃଦ୍ଧି ଏବଂ ନିରନ୍ତର ବିକାଶ ପାଇଁ କୌଶଳଗତ ଭାଗିଦାରୀ ପାଇଁ ପ୍ରତିଷ୍ଠିତ ବିଶ୍ବ ମଞ୍ଚ ଭାବରେ ବିକଶିତ ହୋଇଛି । ଚଳିତ ବର୍ଷର ଶିଖର ସମ୍ମିଳନୀ ପାଇଁ ୩୪ଟି ଅଂଶୀଦାର ଦେଶ ଏବଂ ୧୬ଟି ଅଂଶୀଦାର ସଂସ୍ଥା ରହିଛି । 

ଏହାବ୍ୟତୀତ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ଭାଇବ୍ରାଣ୍ଟ ଗୁଜରାଟ ପ୍ଲାଟଫର୍ମକୁ ବ୍ୟବହାର କରି ଉତ୍ତର-ପୂର୍ବାଞ୍ଚଳରେ ପୁଞ୍ଜିନିବେଶର ସୁଯୋଗ ପ୍ରଦର୍ଶିତ କରିବ । ଚଳିତ କାର୍ଯ୍ୟକ୍ରମରେ ଶୀର୍ଷ ସ୍ତରୀୟ ନିଗମର ସିଇଓମାନଙ୍କ ସହ ବୈଠକ କରିବେ ମୋଦି । ଏହାପରେ ଗିଫ୍ଟ ସିଟି ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଯେଉଁଠାରେ ଅପରାହ୍ନ ୫ଟା ୧୫ ରେ ଗ୍ଲୋବାଲ ଫିନଟେକ୍ ଲିଡରସିପ୍ ଫୋରମରେ ପ୍ରମୁଖ ବ୍ୟବସାୟୀ ନେତାଙ୍କ ସହ ଆଲୋଚନା କରିବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହି କାର୍ଯ୍ୟକ୍ରମ ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ଅହମ୍ମଦାବାଦ ବିମାନବନ୍ଦରରେ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟଦ ଅଲ ନାହୟାନଙ୍କୁ ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିମାନବନ୍ଦରରୁ ସାବରମତି ଆଶ୍ରମ ଯାଏଁ ଦୁଇ ବିଶ୍ବନେତା ରୋଡ ସୋ କରିଥିଲେ। ପ୍ରାୟ 20 ମିନିଟ ସାବରମତି ଆଶ୍ରମରେ ରହିବା ପରେ ଦ୍ବିପାକ୍ଷିକ ଆଲୋଚନା କରିଥିଲେ।

Sponsored
Prime Minister Narendra Modi will inaugurate the Vibrant Guj | Argus News