ଆଜି ମହାକୁମ୍ଭ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
·1 year ago

ଅର୍ଗସ ବ୍ୟୁରୋ : ଆଜି ମହାକୁମ୍ଭ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ମା’ ଗଙ୍ଗାଙ୍କ ପୂଜାର୍ଚ୍ଚନା କରିବାର ରହିଛି କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ବୁଡ ପକାଇବା ସହିତ ସାଧୁ ସନ୍ଥଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରିଛନ୍ତି। ମୋଦି ସକାଳ ୧୦ଟାରେ ପ୍ରୟାଗରାଜ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ହେଲିକପ୍ଟରରେ ନୈନୀକୁ ଯିବେ। ସେଠାରୁ ୧୦ଟା ୪୫ରେ ଏରିଏଲ ଘାଟରୁ ଡଙ୍ଗାରେ ସଂଙ୍ଗମରେ ପହଞ୍ଚିବେ। ମୋଦି ସଂଗମରେ ପ୍ରାୟ ୩୦ ମିନିଟ ରହିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ପ୍ରୟାଗରାଜ ଓ କୁମ୍ଭମେଳାରେ ପ୍ରଧାନମନ୍ତ୍ରୀ ୨ରୁ ତିନି ଘଣ୍ଟା ଅତିବାହିତ କରିବେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: