ଯୋଗ ମାନବ ଜାତି ପାଇଁ ଏକ ଉପହାର

ଆଜି ମନକି ବାତ୍ର ୧୨୦ ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ଭୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଚୈତ୍ର ନବରାତ୍ରୀକୁ ଶୁଭେଚ୍ଛା ଜଣାଇବା ସହ ଛାତ୍ରୀଛାତ୍ରଙ୍କୁ ଗ୍ରୀଷ୍ମ ଛୁଟିକୁ ନେଇ ବିଭିନ୍ନ ପରାମର୍ଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ଏହି ଅଧ୍ୟାୟରେ ମଧ୍ୟ ଫିଟନେଶକୁ ଗୁରୁତ୍ବ ଦେଇଛନ୍ତି। ନିକଟରେ ଦିଲ୍ଲୀରେ ଆୟୋଜିତ ଫିଟ୍ ଇଣ୍ଡିଆ କାର୍ନିଭାଲ୍ କୁ ନେଇ କହିଛନ୍ତି ଏଥିରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୫ ହଜାର ଲୋକ ଅଂଶ ଗ୍ରହଣ କରିଥିଲେ। ଯାହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ଫିଟ୍ ରହିବା ଓ ଫିଟନେସ୍କୁ ନେଇ ସଚେତନତା ପ୍ରସାର କରିବା। ଜୁନ୍ ୨୧ ତାରିଖରେ ଆନ୍ତର୍ଜାତୀୟ ଯୋଗ ଦିବସ ଥିବାରୁ, ଏହାକୁ ନେଇ କହିଛନ୍ତି ଯୋଗ ଦିବସ ଆମ ସମସ୍ତଙ୍କ ପାଇଁ ଏକ ଉତ୍ସବ ପାଲଟିଛି। ଏଥର ଥିମ୍ ରହିଛି ' "yoga for one earth one health" ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହା ସମଗ୍ର ମାନବଜାତି ପାଇଁ ଏକ ଉପହାର ହେବ ବୋଲି କହିଛନ୍ତି।
📱 Get Argus News App
✨ଅନ୍ୟପଟେ ଜଳ ସଂରକ୍ଷଣକୁ ନେଇ କହିଛନ୍ତି ବର୍ଷା ପାଣିକୁ ସଂଗ୍ରହ କରି ରଖିପାରିଲେ ଆମେ ଜଳ କଷ୍ଟକୁ ଦୂର କରିପାରିବା। ଏହି ଅଭିଯାନ ଆଧାରରେ ଜଳ ସଂରକ୍ଷଣ ପାଇଁ ନିଆଯାଇଥିବା ପଦକ୍ଷେପରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗତ ୭-୮ ବର୍ଷ ମଧ୍ୟରେ ନୂତନ ଭାବରେ ନିର୍ମିତ ଟ୍ୟାଙ୍କ, ପୋଖରୀ ଏବଂ ଅନ୍ୟାନ୍ୟ ଜଳ ସଂରକ୍ଷଣ ଉତ୍ସ ମାଧ୍ୟମରେ ୧୧ ବିଲିୟନ ଘନ ମିଟରରୁ ଅଧିକ ଜଳ ସଂରକ୍ଷଣ କରାଯାଇଛି। କପଡା ଅପଚୟକୁ ନେଇ କହିଛନ୍ତି ଭାରତ ବିଶ୍ୱର ତୃତୀୟ ଦେଶ ଯେଉଁଠାରେ ସର୍ବାଧିକ କପଡ଼ା ନଷ୍ଟ କରାଯାଏ। ଏବେ ଦେଶ ଏହାକୁ ଏକ ବଡ ଚ୍ୟାଲେଞ୍ଜ ଭାବେ ନିଆଯାଇଛି। ଏବେ ଭାରତରେ କପଡା ପୁନରୁଦ୍ଧାର ନେଇ କାମ କରିବା ଆରମ୍ଭ କରିଛନ୍ତି।