Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ତିନିଦିନିଆ ଦକ୍ଷିଣଭାରତ ଗସ୍ତରେ ପ୍ରଧାନମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·1 min read
ତିନିଦିନିଆ ଦକ୍ଷିଣଭାରତ ଗସ୍ତରେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଦକ୍ଷିଣ ଭାରତରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ। ତାମିଲନାଡୁରୁ ଆରମ୍ଭ ହୋଇଛି ମୋଦିଙ୍କ 3 ଦିନିଆ ସାଉଥ୍ ମିଶନ। କନ୍ୟାକୁମାରୀରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ପିଏମ୍। ଡିଏମକେ ଓ କଂଗ୍ରେସକୁ କରିଛନ୍ତି ଟାର୍ଗେଟ୍। କହିଛନ୍ତି, ଦକ୍ଷିଣରେ ଭାଙ୍ଗିବ ଇଣ୍ଡି ମେଣ୍ଟର ସବୁ ଗର୍ବ । ଅସାଧୁ ମେଣ୍ଟର ଦଳ ଓ ନେତାଙ୍କର ଇତିହାସ ଦୁର୍ନୀତି ଓ ଭ୍ରଷ୍ଟାଚାର କଳଙ୍କରେ କଳଙ୍କିତ। ଏମାନଙ୍କ ରାଜନୀତିର ଆଧାର କେବଳ କ୍ଷମତାକୁ ଆସି ଲୋକଙ୍କୁ ଲୁଟିବା। ଏ କଥା ଭଲ ଭାବେ ବୁଝି ସାରିଛନ୍ତି ଜନତା। ଆଉ ଏଥିପାଇଁ ତାମିଲନାଡୁ ମାଟିରୁ ଏଥର ମିଳୁଛି ବଡ଼ ପରିବର୍ତ୍ତନର ଆଭାସ । 

ତାମିଲନାଡୁ ପରେ କେରଳରେ ବି ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ। ପିନରାୟୀ ବିଜୟନଙ୍କ ସରକାରକୁ ଟାର୍ଗେଟ୍ କରି ମୋଦି କହିଛନ୍ତି କେରଳରେ ମହିଳାଙ୍କଠାରୁ ନେଇ ଯୁବକ ସମସ୍ତେ ଭୟରେ ବଞ୍ଚୁଛନ୍ତି । କିନ୍ତୁ ଅଚିନ୍ତା ନିଦରେ ଶୋଇଛନ୍ତି ରାଜ୍ୟ ସରକାର। ମୋଦି ଆହ୍ବାନ ଦେଇଛନ୍ତି ଏଥର ଭୟରୁ ମୁକ୍ତି ପାଇବେ କେରଳବାସୀ। ନିର୍ବାଚନୀ ସଭା ପରେ ତେଲେଙ୍ଗାନାରେ ରୋଡ ସୋ କରିଛନ୍ତି  ପିଏମ୍ ମୋଦି।  

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister's marathon event | Argus News