ଓଡିଆ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Key Points
ମନ୍ କୀ ବାତର ୧୨୨ତମ ସଂସ୍କରଣରେ ଓଡିଆ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା । ଖେଲୋ ଇଣ୍ଡିଆର ଅନେକ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି ।
ମନ୍ କୀ ବାତର ୧୨୨ତମ ସଂସ୍କରଣରେ ଓଡିଆ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା । ଖେଲୋ ଇଣ୍ଡିଆର ଅନେକ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି । ଖେଲୋ ଇଣ୍ଡିଆରେ ଭାଗ ନେଇଥିବା ଓଡ଼ିଆ ଖେଳାଳି ହର୍ଷବର୍ଦ୍ଧନ ସାହୁଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରୋତ୍ତୋଳନରେ ପଦକ ଜିତି ହୃଦୟ ଜିତିଛନ୍ତି ହର୍ଷବର୍ଦ୍ଧନ । ହିମାଚଳ ପ୍ରଦେଶରେ ଅନୁଷ୍ଠିତ ଆଇଡବ୍ଲୁଏଲ୍ଏଫ୍ ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପରେ ହର୍ଷବର୍ଦ୍ଧନ ସାହୁ ବାଳକମାନଙ୍କ ୪୯ କିଲୋଗ୍ରାମ ଯୁବ ବର୍ଗରେ ୧୯୫ କିଲୋଗ୍ରାମ ଭାର ଉଠାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
ଅନ୍ୟପଟେ ହର୍ଷବର୍ଦ୍ଧନଙ୍କ ପିଲାଟି ଦିନରୁ ଖେଳ ପ୍ରତି ରୁଚି ରହିଥିଲା । ପ୍ରଥମେ ଜିଲ୍ଲାସ୍ତରୀୟ ପରେ ରାଜ୍ୟସ୍ତରୀୟ ତା ପରେ ଜାତୀୟସ୍ତରରେ ହର୍ଷବର୍ଦ୍ଧନ ଭଲ ପ୍ରଦର୍ଶନ କରୁଥିବା କହିଛନ୍ତି କୋଚ । ସେପଟେ ପୁଅର ବଡ଼ ସଫଳତା ପାଇଁ ମୋଦିଙ୍କ ପ୍ରଶଂସାକୁ ନେଇ ଖୁସି ହେବା ସହ ଗର୍ବ କରିଛନ୍ତି ହର୍ଷବର୍ଦ୍ଧନଙ୍କ ବାପା ।