Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହାତବୁଣା କାରିଗରଙ୍କର ପ୍ରଶଂସା ସହ ସମ୍ବଲପୁରୀ ଶାଢୀ କଥା ମଧ୍ୟ କହିଲେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ହାତବୁଣା କାରିଗରଙ୍କର ପ୍ରଶଂସା ସହ ସମ୍ବଲପୁରୀ ଶାଢୀ କଥା ମଧ୍ୟ କହିଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମର ୧୧୨ତମ ସଂସ୍କରଣରେ ଦେଶବାସୀଙ୍କୁ ନିଜର ମନର କଥା କହିବା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । କୃତୀ ଛାତ୍ରଙ୍କ ସହ ଫୋନ କଲ୍ ମାଧ୍ୟମରେ ଆଲୋଚନା କରିଛନ୍ତି । ହାତବୁଣା କାରିଗରଙ୍କର ପ୍ରଶଂସା ସହ ସମ୍ବଲପୁରୀ ଶାଢୀ କଥା ମଧ୍ୟ କହିଲେ ପ୍ରଧାନମନ୍ତ୍ରୀ । ସେପଟେ # MY PRODUCT MY PRIDE କୁ ପ୍ରମୋଟ କରିବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 
 

ସେପଟେ ସୋସିଆଲ୍ ମିଡିଆ `x'ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୋଷ୍ଟ । ସମ୍ବଲପୁର ସମେତ ସମଗ୍ର ଭାରତବର୍ଷର କାରିଗରମାନେ ନିଜର ପ୍ରତିଭା ମାଧ୍ୟମରେ ଆମର ହସ୍ତତନ୍ତ ସାମଗ୍ରୀକୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି । ଆଜି ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରୀ ହସ୍ତତନ୍ତ ଉପରେ ଆଲୋକପାତ କରି ବୁଣାକାର ଓ କାରିଗରଙ୍କୁ ସମ୍ମାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ବାର୍ତ୍ତା ଆମର ପାରମ୍ପରିକ କଳା ଓ ସାମଗ୍ରୀକୁ ଅଧିକ ପ୍ରଚାର ପ୍ରଚାର କରିବା ପାଇଁ ପ୍ରେରିତ କରିବ । ଆସନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆମେ ସମସ୍ତେ #MyProductMyPride ନାମରେ ଆଞ୍ଚଳିକ ସାମଗ୍ରୀକୁ ଆହୁରି ଲୋକପ୍ରିୟ କରିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Dharmendra Pradhan (@dpradhanbjp) July 28, 2024

 

 

Sponsored
Prime Minister praises-Sambalpuri saree and- handloom artisans-in-man-ki-baat | Argus News