Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଲ୍ ଗେଟ୍ସଙ୍କୁ ଭଣ୍ଡାର ଭର୍ତ୍ତି ବାକ୍ସ ଉପହାର ଦେଲେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·2 min read
ବିଲ୍ ଗେଟ୍ସଙ୍କୁ ଭଣ୍ଡାର ଭର୍ତ୍ତି ବାକ୍ସ ଉପହାର ଦେଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ମୋଦିଙ୍କ ଆବାସରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତକାରକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି ସାକ୍ଷାତକାରରେ ଜଳବାୟୁ ପରିବର୍ତ୍ତନ, ସ୍ବାସ୍ଥ୍ୟ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ହେଲେ ଏହାରି ମଧ୍ୟରେ ବିଲ୍ ଗେଟ୍ସଙ୍କ ସାମନାରେ ଭାରତର ସମୃଦ୍ଧ ସଂସ୍କୃତି, କଳା,ଐତିହ, କାରିଗରୀର ଭୁରି ଭୁରି ପ୍ରଶଂସା କରିଛନ୍ତି ମୋଦି । 

ଏହି ସାକ୍ଷାତକାର ସମୟରେ ବିଲ୍ ଗେଟ୍ସ ମୋଦୀଙ୍କୁ ଏକ ନ୍ୟୁଟ୍ରିସନ୍ ବୁକ୍ ସେଟ୍ ଗିଫ୍ଟ କରିଥିଲେ । ସେତିକିବେଳେ ପ୍ରଧାନମନ୍ତ୍ରୀ ଭାରତର ‘ଭୋକାଲ୍ ଫର୍ ଲୋକାଲ୍’ ପଦକ୍ଷେପକୁ ପ୍ରାଧାନ୍ୟ ଦେଇ ଏକ ସ୍ୱତନ୍ତ୍ର ଭଣ୍ଡାର ଭର୍ତ୍ତି ବାକ୍ସ ବିଲ୍ ଗେଟ୍ସଙ୍କୁ ଉପହାର କରିଛନ୍ତି ।

ବାକ୍ସ ଭିତରେ ଥିଲା କାଶ୍ମୀରର ପଶମିନା ସାଲ୍ , କେଶର, ଦାର୍ଜିଲିଙ୍ଗ୍ ଓ ନୀଳଗିରିର ଚା । କେବଳ ଏତିକି ନୁହେଁ ଚମତ୍କାର ଥୋଥୁକୁଡି ମୋତି ମଧ୍ୟ ସେହି ବାକ୍ସରେ ଥିଲା । ଯାହା ଭାରତର ସୂକ୍ଷ୍ମ କାରିଗରୀର ପ୍ରତୀକ ଦର୍ଶାଉଥିଲା । ଏହାସହ ଥିଲା ଟେରାକୋଟା ମୂର୍ତ୍ତି । ପ୍ରତି ଉପହାରକୁ ଗୋଟି ଗୋଟି କରି ବିଲ୍ ଗେଟ୍ସଙ୍କୁ ବୁଝାଇଥିଲେ ପ୍ରଧାନମନ୍ତ୍ରୀ ।  ଏହା କେମିତି ହୁଏ । କେଉଁ ସହରରେ ହୁଏ । ପ୍ରତିଟି ଜିନିଷ ତିଆରି କରିବାରେ କାରିଗରମାନେ କେତେ ପରିଶ୍ରମ କରନ୍ତି । ଏନେଇ ଗୋଟି ଗୋଟି କରି ବିଲ ଗେଟ୍ସଙ୍କୁ ବୁଝାଇଥିଲେ ପ୍ରଧାନମନ୍ତ୍ରୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସବୁବେଳେ ଲୋକାଲ ଜିନିଷକୁ କିଣିବାକୁ ପ୍ରାଧାନ୍ୟ ଦିଅନ୍ତି ପ୍ରଧାନମନ୍ତ୍ରୀ । ଲୋକାଲ୍ ଜିନିଷକୁ ପ୍ରାଧାନ୍ୟ ଦେଲେ ସ୍ଥାନୀୟ କାରିଗର, ଚାଷୀଙ୍କର ରୋଜଗାର ବଢିବ ।  ଆମେ ଆତ୍ମନିର୍ଭରଶୀଳ ହେବା । ସଶକ୍ତ ହେବା । ସେଥିପାଇଁ ଅନ୍ତର୍ଜାତୀୟ ଭିଜିଟ୍ ରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଲୋକାଲ୍ ଜିନିଷ ହିଁ ଗିଫ୍ଟ କରନ୍ତି ପ୍ରଧାନମନ୍ତ୍ରୀ । ଯାହାଦ୍ୱାରା ସେହି ସ୍ଥାନର ଲୋକଙ୍କୁ ଗର୍ବିତ କରିବା ସହ ତାଙ୍କ ରୋଜଗାର ବଢାଇବାରେ ସାହାଯ୍ୟ କରିବ ।  

ଆହୁରି ପଢନ୍ତୁ ଭାରତ ଖବର...
 

Sponsored
Prime Minister presented a box full of treasures to Bill Gates | Argus News