Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ଇଣ୍ଡିଆଜ୍ ଟେକ୍‌ଏଡ୍‌: ଚିପ୍ସ ଫର୍ ବିକଶିତ ଭାରତ' କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦୀ

National

'ଇଣ୍ଡିଆଜ୍ ଟେକ୍‌ଏଡ୍‌: ଚିପ୍ସ ଫର୍ ବିକଶିତ ଭାରତ' କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
'ଇଣ୍ଡିଆଜ୍ ଟେକ୍‌ଏଡ୍‌: ଚିପ୍ସ ଫର୍ ବିକଶିତ ଭାରତ' କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦୀ

ଅର୍ଗସ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ଇଣ୍ଡିଆଜ୍ ଟେକ୍‌ଏଡ୍‌: ଚିପ୍ସ ଫର୍ ବିକଶିତ ଭାରତ' କାର୍ଯ୍ୟକ୍ରମରେ ଯୋଗ ଦେବେ । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ତିନୋଟି ସେମିକଣ୍ଡକ୍ଟର ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶର ଯୁବକମାନଙ୍କୁ ସମ୍ବୋଧିତ କରିବେ । ସେମିକଣ୍ଡକ୍ଟର ଡିଜାଇନ, ଉତ୍ପାଦନ ଏବଂ ପ୍ରଯୁକ୍ତି ବିଦ୍ୟା ବିକାଶ ପାଇଁ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ଅବସ୍ଥାପିତ କରିବା ଏବଂ ଦେଶର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ପ୍ରୋତ୍ସାହିତ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ।

ଏହି ଦୃଷ୍ଟିକୋଣକୁ ଆଖିରେ ରଖି ଗୁଜରାଟର ଧୋଲେରା ସ୍ୱତନ୍ତ୍ର ପୁଞ୍ଜି ନିବେଶ କ୍ଷେତ୍ର (ଡିଏସଆଇଆର)ରେ ସେମିକଣ୍ଡକ୍ଟର ଫେବ୍ରିକେସନ୍ ସୁବିଧା ; ଆସାମର ମୋରିଗାଓଁ ଠାରେ ଆଉଟସୋର୍ସ ସେମିକଣ୍ଡକ୍ଟର ଆସେମ୍ବଲିଂ ଆଣ୍ଡ ଟେଷ୍ଟ (ଓଏସଏଟି) ସୁବିଧା; ଏବଂ ଗୁଜରାଟର ସାନନ୍ଦ ଠାରେ ଆଉଟସୋର୍ସ ସେମିକଣ୍ଡକ୍ଟର ଆସେମ୍ବଲିଂ ଆଣ୍ଡ ଟେଷ୍ଟ (ଓଏସଏଟି) ସୁବିଧା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି । ଏହି ୟୁନିଟ୍ ଗୁଡ଼ିକ ସେମିକଣ୍ଡକ୍ଟର ଶିଳ୍ପରେ ହଜାର ହଜାର ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇବା ସହ ଇଲେକ୍ଟ୍ରୋନିକ୍ସ, ଟେଲିକମ୍ ଆଦି ଆନୁଷଙ୍ଗିକ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ପାଇଁ ପ୍ରୋତ୍ସାହିତ କରିବ । ଏହି କାର୍ଯ୍ୟକ୍ରମରେ ହଜାର ହଜାର କଲେଜ ଛାତ୍ରଛାତ୍ରୀଙ୍କ ସମେତ ସେମିକଣ୍ଡକ୍ଟର ଉଦ୍ୟୋଗର ନେତୃତ୍ୱ ସମେତ ବହୁ ସଂଖ୍ୟାରେ ଯୁବବର୍ଗ ଅଂଶଗ୍ରହଣ କରିବେ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Prime Minister Shri Narendra Modi will participate and address the youth in the 'India's Techade | Argus News