Videos
|
National

କୃଷି ଏବଂ ଗ୍ରାମୀଣ ସମୃଦ୍ଧି ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି ମୋଦି

Banajyotshna Ray
Browse all articles by Banajyotshna Ray
·1 year ago·1 min read
କୃଷି ଏବଂ ଗ୍ରାମୀଣ ସମୃଦ୍ଧି ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି ମୋଦି

ବିକଶିତ ଭାରତ ଆଡକୁ ଅଗ୍ରସର ହେବାର ସଂକଳ୍ପ ସ୍ପଷ୍ଟ । ଆମେ ସମସ୍ତେ ଏକ ବିକଶିତ ଭାରତ ନିର୍ମାଣ ପାଇଁ ଏକାଠି କାମ କରୁଛୁ ଯେଉଁଠାରେ କୃଷକମାନେ ସମୃଦ୍ଧ ଏବଂ ସଶକ୍ତ ହୋଇପାରିବେ। ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କୃଷି ଏବଂ ଗ୍ରାମୀଣ ସମୃଦ୍ଧି ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରତ୍ୟେକ ଚାଷୀଙ୍କ ଉନ୍ନତି .. କୃଷି କ୍ଷେତ୍ରର ବିକାଶ ଏବଂ ଗାଁର ସମୃଦ୍ଧି ଆଡ଼କୁ ଅଗ୍ରସର ହେବା ଆମ ସରକାର ଙ୍କ ପଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ବର୍ଷର ବଜେଟ୍ ସରକାରଙ୍କ ଏକ ବିକଶିତ ଭାରତର ଦୃଷ୍ଟିକୋଣକୁ ଦର୍ଶାଇଛି ।


ବଜେଟ୍ ପ୍ରସ୍ତୁତ କରିବା ସମୟରେ ବଜେଟ୍ ପୂର୍ବରୁ ସମସ୍ତ ଅଂଶୀଦାରଙ୍କ ଦ୍ୱାରା ଦିଆଯାଇଥିବା ମତାମତ ଏବଂ ପରାମର୍ଶ ବହୁତ ଉପଯୋଗୀ ଥିଲା। ଏବେ ଏହି ବଜେଟ ଅଧିକ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବ..ଏବଂ ଏହାର ସୁଫଳ ସମସ୍ତ ବର୍ଗ ଙ୍କୁ ମିଳିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ୱେବିନାରରେ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କୃଷି ଏବଂ ଗ୍ରାମୀଣ ସମୃଦ୍ଧିକୁ ନେଇ ପ୍ରସ୍ତୁତ ବଜେଟ୍ ର ସୁଫଳକୁ ଗଣାଇଛନ୍ତି ପ୍ରଧାନମନ୍ତ୍ରୀ। କେନ୍ଦ୍ର ବଜେଟ୍ 2025ରେ କୃଷି ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରକୁ ଯଥେଷ୍ଟ ଧ୍ୟାନ ଦିଆଯାଇଛି, ଯେଉଁଥିରେ କୃଷି କୌଶଳର ଆଧୁନିକୀକରଣ, କୃଷକଙ୍କ ଆୟ ବୃଦ୍ଧି, ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଏବଂ ଗ୍ରାମୀଣ ଭିତ୍ତିଭୂମିକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଛି। 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: