ଆତଙ୍କବାଦୀଙ୍କ ଏଜେଣ୍ଡା ସଫଳ ହେବନାହିଁ: ପ୍ରଧାନମନ୍ତ୍ରୀ

ଆତଙ୍କୀ ହମ୍ଲାକୁ ଦୃଢ଼ ନିନ୍ଦା ସହ ଛାଡ଼ିବୁନି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପହଲଗାମ୍ରେ ଆତଙ୍କୀ ହମ୍ଲାକୁ ଦୃଢ଼ ନିନ୍ଦା କଲେ ପ୍ରଧାନମନ୍ତ୍ରୀ । ଆତଙ୍କବାଦୀ ତ୍ରାହି ପାଇବେନି, ଜବାବ ଦିଆଯିବ ।ଆତଙ୍କବାଦୀଙ୍କ ଏଜେଣ୍ଡା ସଫଳ ହେବନାହିଁ ବୋଲି ମଧ୍ୟ କହିଛନ୍ତି ମୋଦି। ଏହାସହ ସେମାନଙ୍କ ମନ୍ଦ ଉଦ୍ଦେଶ୍ୟକୁ ସଫଳ କରିବାକୁ ଦିଆଯିବନି। ଆତଙ୍କବାଦୀଙ୍କୁ ଦମନ କରାଯିବ ଆଉ ତ୍ରାହି ପାଇବେନି ।
ସେପଟେ ଆତଙ୍କୀ ହମ୍ଲାକୁ ଦୃଢ଼ ନିନ୍ଦା କଲେ ରାଷ୍ଟ୍ରପତି ଦୈପଦୀ ମୁର୍ମୁ । ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଯନ୍ତ୍ରଣାଦାୟକ ବୋଲି କହିଛନ୍ତି। ସେମାନଙ୍କ ଅମାନବୀୟ କାର୍ଯ୍ୟ ନିନ୍ଦନୀୟ, ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କଲେ ରାଷ୍ଟ୍ରପତି । ଜମ୍ମୁ କଶ୍ମୀରରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ । ଆତଙ୍କୀ ହମଲାରେ ୨ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ସହ ୨୦ରୁ ଅଧିକ ଆହତ ହୋଇଛନ୍ତି । ସେପଟେ ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ପର୍ଯ୍ୟଟକ ଅଛନ୍ତି । ବାଲେଶ୍ୱର ସରଗାଁ ପଞ୍ଚାୟତର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।
I strongly condemn the terror attack in Pahalgam, Jammu and Kashmir. Condolences to those who have lost their loved ones. I pray that the injured recover at the earliest. All possible assistance is being provided to those affected.
Those behind this heinous act will be brought…
📱 Get Argus News App
✨ ଏହି ଆକ୍ରମଣ ପରେ ସେନା ପକ୍ଷରୁ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ପହଲଗାମରେ ପର୍ଯ୍ୟଟକମାନେ ଟ୍ରେକିଂ କରୁଥିବା ବେଳେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ । ଏହି ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।