Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବଜେଟ୍‌ ସେସନ ଆରମ୍ଭ ପୂର୍ବରୁ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

National

ବଜେଟ୍‌ ସେସନ ଆରମ୍ଭ ପୂର୍ବରୁ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ବଜେଟ୍‌ ସେସନ ଆରମ୍ଭ ପୂର୍ବରୁ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ମୋଦି ସରକାରର ଦ୍ୱିତୀୟ ପାଳିର ଆଜି ହେଉଛି ଶେଷ ବଜେଟ୍ ଅଧିବେଶନ । ସଂସଦରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ତେବେ ବଜେଟ୍‌ ସେସନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ରଖିଛନ୍ତି । ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି । ଗତ ଅଧିବେଶନରେ ବିରୋଧୀ ଯାହା କଲେ ଦେଶ ଦେଖିଲା । ହଟ୍ଟଗୋଳ କରି ଲୋକଙ୍କ କଥା ଉଠାଇ ଦେଇନଥିଲେ । ବିରୋଧୀଙ୍କୁ ଆତ୍ମଚିନ୍ତନ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସାଧାରଣତନ୍ତ୍ର ଦିବସରେ ନାରୀ ସଶକ୍ତୀକରଣର ଦେଇଛନ୍ତି ଉଦାହରଣ । 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ । ଫେବ୍ରୁଆରୀ ୧ରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଫେବ୍ରୁଆରୀ ୯ ତାରିଖ ଯାଏ ଚାଲିବ ବଜେଟ ଅଧିବେଶନ । 3ମାସ ପରେ ନିର୍ବାଚନ ହେବାକୁ ଥିବାରୁ ଏହି ବଜେଟ ଉପରେ ରହିଛି ଦେଶବାସୀଙ୍କ ନଜର । 

ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ଶୀତ ଅଧିବେଶନରେ ନିଲମ୍ବିତ ସାଂସଦଙ୍କ ଉପରୁ ହଟିଛି ନିଲମ୍ବନ । ହଟ୍ଟଗୋଳ ଓ ଅଶୋଭନୀୟ ଆଚରଣ ପାଇଁ ନିଲମ୍ବିତ ହୋଇଥିଲେ ୧୪୬ ଜଣ ସାଂସଦ । ଏବେ ବଜେଟ ଅଧିବେଶନ ପୂର୍ବରୁ ନିଲମ୍ବିତ ସଦସ୍ୟଙ୍କୁ ପୁଣି ଥରେ ଗୃହକାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ମିଳିଛି ସୁଯୋଗ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Prime Minister target at the opposition before the start of the budget session | Argus News