Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଥମ ପର୍ଯ୍ୟାୟ ମତଦାନ ପରେ ମତଦାତାଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

National

ପ୍ରଥମ ପର୍ଯ୍ୟାୟ ମତଦାନ ପରେ ମତଦାତାଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·2 min read
ପ୍ରଥମ ପର୍ଯ୍ୟାୟ ମତଦାନ ପରେ ମତଦାତାଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ପ୍ରଥମ ଚରଣ ମତଦାନ ପରେ ମତଦାତାଙ୍କୁ ଧନ୍ୟବାଦ ଦେଲେ ପ୍ରଦାନମନ୍ତ୍ରୀ । ଏନେଇ ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଛନ୍ତି । ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ମତଦାନ କରିଥିବା ସମସ୍ତଙ୍କୁ ଧନ୍ୟବାଦ । ପ୍ରଥମ ପର୍ଯ୍ୟାୟରେ ଏନଡିଏ ସପକ୍ଷରେ ହୋଇଛି ରେକର୍ଡ଼ ଭୋଟିଂ। ଏହା ସ୍ପଷ୍ଟ ହୋଇଛି ଯେ ଭାରତ ସାରା ଲୋକେ ଏନଡିଏକୁ ରେକର୍ଡ଼ ମତଦାନ କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । 

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ୧୭ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ନିର୍ବାଚନ ମଣ୍ଡଳୀରେ 59.71 ପ୍ରତିଶତ ମତଦାନ ହୋଇଛି । ପଶ୍ଚିମବଙ୍ଗରେ ୭୭% ରୁ ଅଧିକ ମତଦାନ ହୋଇଥିବା ବେଳେ ତ୍ରିପୁରାରେ ୭୫%ରୁ ଅଧିକ ମତଦାନ ହୋଇଛି । ମେଘାଳୟରେ ପ୍ରାୟ ୭୦%, ମଣିପୁରରେ ୬୭%ରୁ ଅଧିକ, ମଧ୍ୟପ୍ରଦେଶରେ ୬୩%, ପୁଡୁଚେରୀରେ ପ୍ରାୟ ୭୩%, ନାଗାଲାଣ୍ଡରେ ପ୍ରାୟ ୫୬%, ମିଜୋରାମରେ ୫୨%ରୁ ଅଧିକ, ରାଜସ୍ଥାନରେ ୫୦%ରୁ ଅଧିକ, ସିକ୍କିମରେ ୬୭%, ତାମିଲନାଡୁରେ ୬୨%, ଉତ୍ତରପ୍ରଦେଶରେ ୫୭%ରୁ ଅଧିକ, ଉତ୍ତରାଖଣ୍ଡରେ ୫୩%ରୁ ଅଧିକ, ଜମ୍ମୁ-କଶ୍ମୀରରେ ୬୫%, ବିହାରରେ ୪୬%ରୁ ଅଧିକ, ଅରୁଣାଚଳ ପ୍ରଦେଶରେ ୬୩%, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପାଖାପାଖି ୫୭%, ଆସାମରେ ୭୧%, ଛତିଶଗଡ଼ରେ ୬୩%ରୁ ଅଧିକ, ଛତିଶଗଡ଼ରେ ୬୩%ରୁ ଅଧିକ, ଲାକ୍ଷାଦ୍ୱୀପରେ ୫୯% ଓ ମହାରାଷ୍ଟ୍ରରେ ୫୫% ମତଦାନ ହୋଇଛି।

ଦେଶରେ କେତେକ ସ୍ଥାନରେ ଛୋଟ ମୋଟ ଅପ୍ରିତିକର ଘଟଣାକୁ ବାଦ ଦେଲେ ମତଦାନ ଶାନ୍ତିପୂର୍ଣ୍ଣ ରହିଥିଲା । ମଣିପୁରର ମୋଇରଙ୍ଗ ବିଧାନସଭାର ଥାମାନପୋକପିର ଏକ ମତଦାନ କେନ୍ଦ୍ର ନିକଟରେ ଗୁଳିକାଣ୍ଡ ଘଟିଥିବା ସୂଚନା ରହିଛି । ଏହି ଗୁଳିକାଣ୍ଡରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ ।  ସେହିପରି ଇମ୍ଫାଲରେ ମଧ୍ୟ ଭୋଟିଂ ବେଳେ ଅନିୟମିତତା ହେଉଥିବା ହଙ୍ଗମା କରି ମତଦାନ ପ୍ରକ୍ରିୟାରେ ବାଧା ସୃଷ୍ଟି କରାଯାଇଥିଲା । ଏପଟେ ପଶ୍ଚିମବଙ୍ଗରେ ବି ମତଦାନ ସମୟରେ କେତେକ ସ୍ଥାନରେ ହିଂସା ଉପୁଜିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Education Next Season 5
Sponsored
Prime Minister thanked the voters after the first phase of polling | Argus News