Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

`ଗଗନଯାନ' ସମୀକ୍ଷା ପାଇଁ ଆଜି କେରଳ ଯିବେ ପ୍ରଧାନମନ୍ତ୍ରୀ

Ritu Das
Browse all articles by Ritu Das
·2 years ago
`ଗଗନଯାନ' ସମୀକ୍ଷା ପାଇଁ ଆଜି କେରଳ ଯିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: `ଗଗନଯାନ' ସମୀକ୍ଷା ପାଇଁ ଆଜି କେରଳ ଯିବେ ପ୍ରଧାନମନ୍ତ୍ରୀ । ତିରୁଅନନ୍ତପୁରମ୍ ରେ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର ପରିଦର୍ଶନ ସହ `ଗଗନଯାନ' ମିଶନର ସମୀକ୍ଷା କରିବେ । ଏଥିସହ ISROର ତିନୋଟି ନୂଆ ସୁବିଧାକୁ ଦେଶ ପାଇଁ ଉତ୍ସର୍ଗ କରିବେ ପିଏମ। 

ଏହି ଅବସରରେ ମହାକାଶ ଯିବାକୁ ଥିବା ୪ ଭାରତୀୟଙ୍କ ନାଁ ଘୋଷଣା କରିପାରନ୍ତି ମୋଦି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । 2025 ମସିହାରେ ମାନବଯୁକ୍ତ `ଗଗନଯାନ' ଲଞ୍ଚ୍ କରାଯିବ । ଯାହାର ଉଦ୍ଦେଶ୍ୟ ଗଗନଯାନ’ ମିଶନରେ ମହାକାଶଚାରୀଙ୍କୁ ୪୦୦ କିଲୋମିଟର କକ୍ଷପଥକୁ ଉତକ୍ଷେପଣ କରାଯିବ । ଏହାପରେ ଭାରତୀୟ ସମୁଦ୍ର 
ଜଳରେ ଅବତରଣ କରାଇ ସେମାନଙ୍କୁ ସୁରକ୍ଷିତ ଭାବେ ପୃଥିବୀକୁ ଫେରାଇ ଆଣିବାକୁ ଯୋଜନା ରଖିଛି ଇସ୍ରୋ । ଅଭିଯାନ ସଫଳ ହେଲେ ଏଭଳି କରିବାରେ ଭାରତ ହେବ ବିଶ୍ବର ଚତୁର୍ଥ ଦେଶ। 

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister | Argus News