|
logo
Live

Argus News - 'ବିଶ୍ୱ ଖାଦ୍ୟ ଭାରତ 2023’ ର ଦ୍ୱିତୀୟ ସଂସ୍କରଣର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

National

'ବିଶ୍ୱ ଖାଦ୍ୟ ଭାରତ 2023’ ର ଦ୍ୱିତୀୟ ସଂସ୍କରଣର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
'ବିଶ୍ୱ ଖାଦ୍ୟ ଭାରତ 2023’ ର ଦ୍ୱିତୀୟ ସଂସ୍କରଣର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମ ଠାରେ ମେଗା ଖାଦ୍ୟ ଇଭେଣ୍ଟ ‘ବିଶ୍ୱ ଖାଦ୍ୟ ଭାରତ 2023’ ର ଦ୍ୱିତୀୟ ସଂସ୍କରଣର ଉଦଘାଟନ କରିବେ । ସ୍ବୟଂ ସହାୟକ ଗୋଷ୍ଠୀକୁ ମଜବୁତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ 1 ଲକ୍ଷରୁ ଅଧିକ SHG ସଦସ୍ୟଙ୍କ ପାଇଁ ବିହନ ପୁଞ୍ଜି ସହାୟତା ପ୍ରଦାନ କରିବେ । ଏହି ସହାୟତା ଉନ୍ନତ ପ୍ୟାକେଜିଂ ଏବଂ ଗୁଣାତ୍ମକ ଉତ୍ପାଦନ ମାଧ୍ୟମରେ ବଜାରରେ ଉନ୍ନତ ମୂଲ୍ୟ ହାସଲ କରିବାରେ SHG ଗୁଡ଼ିକୁ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ୱାର୍ଲ୍ଡ ଫୁଡ୍ ଇଣ୍ଡିଆ 2023 ର ଏକ ଅଂଶ ଭାବରେ ଫୁଡ୍ ଷ୍ଟ୍ରିଟ୍ କୁ ମଧ୍ୟ ଉଦଘାଟନ କରିବେ । ଏଥିରେ ଆଞ୍ଚଳିକ ରୋଷେଇ ଏବଂ ରାଜକୀୟ ରନ୍ଧନ ଐତିହ୍ୟ ପ୍ରଦର୍ଶିତ ହେବ, ଯେଉଁଥିରେ 200 ରୁ ଅଧିକ ରୋଷେୟା ପାରମ୍ପରିକ ଭାରତୀୟ ରୋଷେଇରେ ଅଂଶଗ୍ରହଣ କରିବେ । ନିବେଶ ଏବଂ ସହଜ ବ୍ୟବସାୟ ଉପରେ ଧ୍ୟାନ ଦେଇ ସିଇଓ ରାଉଣ୍ଡ ଟେବୁଲ ଅନୁଷ୍ଠିତ ହେବ ।

ଭାରତୀୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ନବସୃଜନ ଏବଂ ଶକ୍ତି ପ୍ରଦର୍ଶନ ପାଇଁ ବିଭିନ୍ନ ପ୍ୟାଭିଲିୟନ ସ୍ଥାପନ କରାଯିବ । ଏହି କାର୍ଯ୍ୟକ୍ରମରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିଭିନ୍ନ ଦିଗ ଉପରେ ଧ୍ୟାନ ଦେଇ 48 ଟି ଅଧିବେଶନ ଆୟୋଜିତ ହେବ । ଯେଉଁଥିରେ ଆର୍ଥିକ ସଶକ୍ତିକରଣ, ଗୁଣବତ୍ତା ନିଶ୍ଚିତତା ଏବଂ ଯନ୍ତ୍ର ଏବଂ ପ୍ରଯୁକ୍ତିବିଦ୍ୟାରେ ନୂତନତ୍ୱ ଉପରେ ଗୁରୁତ୍ୱ ଦିଆଯିବ । ବିଶିଷ୍ଟ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀର ସିଇଓଙ୍କ ସମେତ 80 ରୁ ଅଧିକ ଦେଶରୁ ଅଂଶଗ୍ରହଣକାରୀଙ୍କୁ ଆୟୋଜନ କରିବାକୁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
'ବିଶ୍ୱ ଖାଦ୍ୟ ଭାରତ 2023’ ର ଦ୍ୱିତୀୟ ସଂସ୍କରଣର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ | Argus News