ଲକ୍ଷ ଯାଏଁ ପହଞ୍ଚିବାକୁ ଏକ ନୂଆ ପ୍ରୟାସ: ମୋଦି

ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧିବେଶନର ଆଜି ଶେଷ ଦିନ । ଆଗାମୀ ନିର୍ବାଚନ ଲାଗି ନେତା ଓ କର୍ମୀଙ୍କ ମନକୋ ଜୋଶ୍ ଭରୁଛି ଦଳ । ଅବ କୀ ବାର୍ 370 ପାର୍ ରଣନୀତି ନେଇ ଦଳ ଆଗକୁ ବଢୁଛି । ଆଜି ବିଜେପି ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ସରକାରରେ ଦେଶ ସୁରକ୍ଷିତ ହୋଇଛି । ବିଜେପି ରାଷ୍ଟ୍ରୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ। ୨୦୨୪ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ମୋଦି।ଅଧିବେଶନରେ ସମ୍ୱୋଧନ ସମୟରେ ଭାବବିହ୍ୱଳ ହେଲେ ମୋଦି। ଆମେ ରାଜନୀତି ନୁହେଁ ରାଷ୍ଟ୍ରନୀତିକୁ ଗୁରୁତ୍ୱ ଦେଉ। ବିପକ୍ଷ ନେିେ NDA ୪୦୦ ପାର୍ ନାରା ଦେଉଛନ୍ତି। ତୃତୀୟ ପାଳି କ୍ଷମତା ଭୋଗିବା ନୁହେଁ ରାଷ୍ଟ୍ରନୀତି ପାଇଁ। ବିଜେପିକୁ ସବୁଠି ଅଧିକ ଭୋଟ୍ ମିଳିବ। ଆଗାମୀ ୧୦୦ ଦିନ ଆମକୁ କଠିନ ପରିଶ୍ରମ କରିବାକୁ ହେବ। ଏହି ୧୦୦ ଦିନ ପୁରା ଜୋଶ୍, ନୂଆ ଊର୍ଜାରେ କାମ କରିବାକୁ ହେବ। ସମସ୍ତଙ୍କ ବିଶ୍ୱାସ ଜିତିବା ଆମ ଲକ୍ଷ୍ୟ ବୋଲି ନିଜ ଉଦବୋଧନରେ ପ୍ରଧାନମନ୍ତ୍ରୀ କରିଛନ୍ତି।
ଦେଶର 60 କୋଟି ଲୋକ 10 ବର୍ଷରେ ଗଣତନ୍ତ୍ର ସହ ଯୋଡ଼ି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଦେଶରୁ ଭ୍ରଷ୍ଟାଚାର ଓ ପରିବାରବାଦ ଦୂର କରିଛନ୍ତି । ଦେଶରୁ ଆତଙ୍କବାଦ, ନକ୍ସଲବାଦର ଶେଷ ହୋଇଛି । 2047 ସୁଦ୍ଧା ଭାରତ ହେବ ଆତ୍ମନିର୍ଭର ଓ ବିକଶିତ । ଏହାସହ ମୋଦି କହିଛନ୍ତି କି, ମୁଁ କେବଳ ନିଜ ସୁଖ, ବୈଭବ ପାଇଁ ବଞ୍ଚେନାହିଁ। ଲୋକଙ୍କ ସଂକଳ୍ପ, ମୋଦିଙ୍କ ସଂକଳ୍ପ, ଏମାନଙ୍କ ସ୍ୱପ୍ନ ପୁରା ପାଇଁ ପ୍ରତିବଦ୍ଧ।
ଅଧିକ ପଢ଼ନ୍ତୁ ଦେଶ ଖବର:
