ନାରୀ ଶକ୍ତିର ବିକାଶ ଉପରେ ପ୍ରଧାନମନ୍ତ୍ରୀଙ୍କ ଫୋକସ୍

ଅର୍ଗସ ବ୍ୟୁରୋ: ଝିଅଙ୍କ ପାଠପଢ଼ା ହେଉ କି ବାହାଘର। ସୁକନ୍ୟା ସମୃଦ୍ଧି ଯୋଜନା ମାଧ୍ୟମରେ ବାପା ମାଙ୍କର ଏ ଚିନ୍ତା ଅନେକାଂଶରେ ଦୂର କରିଛନ୍ତି ମୋଦି ସରକାର। ଏବେ ନୂଆବର୍ଷରେ ଦେଶର ଝିଅ ଓ ସେମାନଙ୍କ ବାପା ମାଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଦେଇଛନ୍ତି ନୂଆ ଭେଟି। ସୁକନ୍ୟା ସମୃଦ୍ଧି ଯୋଜନାରେ ବଢ଼ିଛି ସୁଧ ହାର। 2024 ମସିହାର ପ୍ରଥମ ତ୍ରୟମାସରେ ସୁଧହାର 20 ବେସିସ ପଏଣ୍ଟ ବୃଦ୍ଧି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ସୁକନ୍ୟା ସମୃଦ୍ଧି ଯୋଜନାରେ ସୁଧହାର 8.0 ପ୍ରତିଶତ ଥିଲା, ଏବେ ଏହା ବଢ଼ି 8.2 ପ୍ରତିଶତରେ ପହଞ୍ଚିଛି । ଏହା ଯେ କୌଣସି ସଞ୍ଚୟ ବା ନିବେଶ ଉପରେ ମିଳୁଥିବା ସର୍ବାଧିକ ସୁଧ ।
ବିଶ୍ବର ପ୍ରତିଯୋଗିତାମୂଳକ ଅର୍ଥବ୍ୟବସ୍ଥା ଭିତରେ ଦେଶର ଅର୍ଥନୀତିକୁ ଗତି ଦେବାକୁ ହେଲେ ସାଧାରଣତଃ ସରକାର ବିଭିନ୍ନ ନିବେଶ ଉପରେ ସୁଧହାର କମାନ୍ତି । କିନ୍ତୁ ମୋଦି ସରକାରଙ୍କ ଫୋକସ୍ ମହିଳାଙ୍କ ଉନ୍ନତି। ଦେଶ ନାରୀ ଶକ୍ତିର ବିକାଶ ପାଇଁ ବିଭିନ୍ନ ଯୋଜନା ଚଳାଉଥିବା ମୋଦି ସରକାର ମହତ୍ବାକାଂକ୍ଷୀ ସୁକନ୍ୟା ସମୃଦ୍ଧି ଯୋଜନାର ହିତାଧିକାରୀଙ୍କୁ ଅଧିକ ଲାଭ ମିଳିବ ସେ ନେଇ ଏ ବଡ଼ ପଦକ୍ଷେପ ନେଇଛନ୍ତି।
ସମୟ ଥିଲା ଯେତେବେଳେ ଝିଅ ଜନ୍ମକୁ ଅଭିଶାପ ଭାବୁଥିଲେ ଲୋକେ। ଝିଅଙ୍କ ପାଠପଢ଼ା ଖର୍ଚ୍ଚରୁ ନେଇ ବିବାହ ଯାଏଁ ଖର୍ଚ୍ଚ ନେଇ ଚିନ୍ତାରେ ରହୁଥିଲେ ବାପା ମା ଓ ପରିବାର। କିନ୍ତୁ ମୋଦି ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା ଏ ଚିନ୍ତାଧାରାରେ ଆଣିଛି ଯୁଗାନ୍ତକାରୀ ପରିବର୍ତ୍ତନ। 2015ରେ ବେଟୀ ବଚାଓ ବେଟୀ ପଢ଼ାଓ ଯୋଜନା ଅଧୀନରେ ଆରମ୍ଭ କରିଥିଲେ ସୁକନ୍ୟା ସମୃଦ୍ଧି ଯୋଜନା। ଦେଶର ସବୁ ଝିଅଙ୍କର ଭବିଷ୍ୟତ ପାଇଁ ଏହା ସବୁଠାରୁ ଭଲ ସରକାରୀ ଯୋଜନା। ଯଦି ଆପଣଙ୍କ ଘରେ ବି କେହି 10 ବର୍ଷରୁ କମ୍ ବୟସର ଝିଅ ଅଛି ତେବେ ସୁକନ୍ୟା ସମୃଦ୍ଧି ଯୋଜନାରେ ଆପଣ ଅତି କମରେ 250 ଟଙ୍କା ଦେଇ ଯେ କୌଣସି ବ୍ୟାଙ୍କ ବା ପୋଷ୍ଟ ଅଫିସରେ ଖାତା ଖୋଲିପାରିବେ। ଏହି ଯୋଜନାରେ ସର୍ବାଧିକ ପ୍ରତିବର୍ଷ ଦେଢ଼ ଲକ୍ଷ ଟଙ୍କା ଜମା କରିପାରିବେ। ଝିଅ 10 ବର୍ଷ ହେବା ପୂର୍ବରୁ ଖାତା ଖୋଲିବାକୁ ହେବ, ଝିଅ 14 ବର୍ଷର ହେବା ଯାଏଁ ଏଥିରେ ଟଙ୍କା ଜମା କରିବାକୁ ହୁଏ। ଆଉ 21 ବର୍ଷ ବୟସରେ ହୁଏ ମାଚ୍ୟୁରିଟି। ଅର୍ଥାତ୍ ଆପଣଙ୍କ ଝିଅ 21 ବର୍ଷର ହେଲେ ତାର ପାଠପଢ଼ା ହେଉ ବା ବିବାହ ସେଥିପାଇଁ ମିଳିବ ଏକ ମୋଟା ଅଙ୍କର ଅର୍ଥରାଶି। ତମାମ୍ ନିବେଶ ଯୋଜନା ତୁଳନାରେ ସରକାର ସୁକନ୍ୟା ସମୃଦ୍ଧି ଯୋଜନାରେ ଦେଉଛନ୍ତି ଦେଉଛନ୍ତି ସର୍ବାଧିକ ସୁଧ।
📱 Get Argus News App
✨ଦେଶବାସୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଲଗାତାର ବଡ଼ ନିଷ୍ପତ୍ତି ନେଉଛନ୍ତି ମୋଦି ସରକାର। ସେପଟେ ରାଜସ୍ଥାନରେ ଲାଗୁ ହେଲା ମୋଦି ଗ୍ୟାରେଣ୍ଟି। ଉଜ୍ଜ୍ବଳା ଯୋଜନା ହିତାଧିକାରୀଙ୍କ ପାଇଁ ନୂଆବର୍ଷ ଭେଟି ଦେଇଛନ୍ତି ସେଠାକାର ନବ ଗଠିତ ବିଜେପି ସରକାର। ଏଣିକି ଉଜ୍ଜ୍ବଳା ଯୋଜନା ହିତାଧିକାରୀଙ୍କୁ ମାତ୍ର ୪୫୦ ଟଙ୍କାରେ ମିଳିବ ରନ୍ଧନ ଗ୍ୟାସ୍ । ଏ ନେଇ ନିର୍ବାଚନ ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ରାଜସ୍ଥାନର ବିଜେପି ସରକାର।
ଅଧିକ ପଢ଼ନ୍ତୁ ଭାରତ ଖବର