Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମ

ଅର୍ଗସ ବ୍ୟୁରୋ:  ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମ । ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ଦ୍ବିତୀୟ ମନ୍ କୀ ବାତ୍ । ଦିନ ୧୧ଟାରେ ପ୍ରସାରଣ ହେବ ମନ କି ବାତର 112 ତମ ସଂସ୍କରଣ । ରେଡିଓ ମାଧ୍ୟମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପିଏମ୍‌ ମୋଦି । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମତ ରଖିବେ ପ୍ରଧାନମନ୍ତ୍ରୀ । ଏନେଇ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ଆୟୋଜନ କରାଯାଇଛି । ପ୍ରତି ମାସ ଶେଷ ରବିବାରରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି ପ୍ରଧାନମନ୍ତ୍ରୀ ।

ଯେଉଁଥିରେ କିଛି ସଫଳ ବ୍ୟକ୍ତିଙ୍କ ସଂଘର୍ଷର କଥା ଓ ସଫଳତାର କାହାଣୀ ସହ ଐତିହ୍ୟ ଓ ନୂଆ ଭାରତ ସମ୍ପର୍କରେ ନିଜର ଭାବ ପ୍ରକାଶ କରିଥାନ୍ତି । ଏହି କାର୍ଯ୍ୟକ୍ରମରେ ଅନେକ ଥର ପ୍ରଧାନମନ୍ତ୍ରୀ ଓଡ଼ିଶାର ଅନେକ ସଫଳ ବ୍ୟକ୍ତିଙ୍କ କଥା ଓ କାହାଣୀକୁ ଦେଶବାସୀଙ୍କୁ କହିଛନ୍ତି । ୨୦୧୪ରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister's Mann Ki Baat program today | Argus News