ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫

Key Points
ରୀକ୍ଷା ପେ ଚର୍ଚ୍ଚା -୨୦୨୫ ଗୋଟିଏ ମାସରେ ସର୍ବାଧିକ ପଞ୍ଜୀକରଣ ହୋଇଥିବା କାର୍ଯ୍ୟକ୍ରମ। ୩ କୋଟି ୫୩ ଲକ୍ଷରୁ ଅଧିକ ପଞ୍ଜୀକରଣ ସହ ଟେଲିଭିଜନରେ ୨୧ କୋଟିରୁ ଅଧିକ ଦର୍ଶକମାନେ ଏହାର ପ୍ରସାରଣ ଦେଖିଛନ୍ତି।
ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫। ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡ ସାର୍ଟିଫିକେଟ୍ ଗ୍ରହଣ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ। ପରୀକ୍ଷା ପେ ଚର୍ଚ୍ଚା -୨୦୨୫ ଗୋଟିଏ ମାସରେ ସର୍ବାଧିକ ପଞ୍ଜୀକରଣ ହୋଇଥିବା କାର୍ଯ୍ୟକ୍ରମ। ୩ କୋଟି ୫୩ ଲକ୍ଷରୁ ଅଧିକ ପଞ୍ଜୀକରଣ ସହ ଟେଲିଭିଜନରେ ୨୧ କୋଟିରୁ ଅଧିକ ଦର୍ଶକମାନେ ଏହାର ପ୍ରସାରଣ ଦେଖିଛନ୍ତି। ଏହି ଉପଲବ୍ଧି ପରେ ଦେଶର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ସ୍କୁଲଗୁଡ଼ିକୁ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଛାତ୍ରଛାତ୍ରୀଙ୍କ କଲ୍ୟାଣ ଓ ବ୍ୟକ୍ତିଗତ ଅଭିବୃଦ୍ଧିକୁ ଆଗେଇ ନେଉଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ପରୀକ୍ଷା ପେ ଚର୍ଚ୍ଚା’ ଜାତୀୟ ଶିକ୍ଷା ନୀତି ୨୦୨୦ର ମୂଳ କଥାକୁ କାର୍ଯ୍ୟକାରୀ କରିବ। କ୍ୟାବିନେଟ ମନ୍ତ୍ରୀ ଭାବରେ ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱିତୀୟ ସ୍ୱୀକୃତି, ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଲପିଜି ପାଇଁ ବିଶ୍ୱର ସର୍ବବୃହତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା ‘ପହଲ’ ପାଇଁ ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ମୋଦି ସରକାରରେ ଆରମ୍ଭରୁ ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇସାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।