Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ପ୍ରଧାନମନ୍ତ୍ରୀଙ୍କ `ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ'

Rashmita Mishra
Browse all articles by Rashmita Mishra
·1 year ago·1 min read
 ଆଜି ପ୍ରଧାନମନ୍ତ୍ରୀଙ୍କ `ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ'

ଆଜି ପ୍ରଧାନମନ୍ତ୍ରୀଙ୍କ `ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ'। ସକାଳ ୧୧ଟାରେ ଛାତ୍ରଛାତ୍ରୀଙ୍କ ସହ କଥା ହେବେ ମୋଦି । ଛାତ୍ରଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ପରୀକ୍ଷା ସହିତ ଜଡିତ ବିଭିନ୍ନ ଦିଗ ଉପରେ ହେବ ଆଲୋଚନା । ପରୀକ୍ଷାର ଭୟ ଏବଂ ଚାପକୁ ହ୍ରାସ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।


ଆଜି ଅନୁଷ୍ଠିତ ହେବ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ସକାଳ ୧୧ଟାରେ `ପରୀକ୍ଷା ପେ ଚର୍ଚ୍ଚା ୨୦୨୫' କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଦେଶର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚଳିତ ବର୍ଷର `ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମରେ ୩୬ ଜଣ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ କଥା ହେବାର ସୁଯୋଗ ପାଇବେ । ଏହି ଆଲୋଚନା ସମୟରେ, ଛାତ୍ରଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ପରୀକ୍ଷା ସହିତ ଜଡିତ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ ।


ଛାତ୍ରଛାତ୍ରୀମାନଙ୍କୁ ଚାପମୁକ୍ତ ଏବଂ ଆତ୍ମବିଶ୍ବସର ସହିତ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାରେ ସାହାଯ୍ୟ କରିବ। `ପରୀକ୍ଷା ପେ ଚର୍ଚ୍ଚା'ର ମୁଖ୍ୟ ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷାର ଭୟ ଏବଂ ଚାପକୁ ହ୍ରାସ କରିବା । `ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦୂରଦର୍ଶନ ସମେତ ବିଭିନ୍ନ ଘରୋଇ ଟିଭି ଚ୍ୟାନେଲର ମଧ୍ୟ ସିଧାପ୍ରଶାରଣ ହେବ ।

Sponsored
Prime Minister's `Pariksha Pe Charcha Program` today | Argus News