Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Anil Agarwal Family / ପ୍ରିୟା ଅଗ୍ରୱାଲ ହେବର କିଏ? ଯିଏ ସମ୍ଭାଳିବେ ବେଦାନ୍ତର ୩୫ ହଜାର କୋଟି ଟଙ୍କାର ସାମ୍ରାଜ୍ୟ ?

Ritu Das
Browse all articles by Ritu Das
·6 months ago·3 min read
ପ୍ରିୟା ଅଗ୍ରୱାଲ ହେବର କିଏ? ଯିଏ ସମ୍ଭାଳିବେ ବେଦାନ୍ତର ୩୫ ହଜାର କୋଟି ଟଙ୍କାର ସାମ୍ରାଜ୍ୟ ?
india

Key Points

କିଏ ସମ୍ଭାଳିବ ଏତେ ବଡ଼ ଦାୟିତ୍ବ କାହା ମଥାରେ ଢଳାଯିବ ସୁନା କଳସୀ। କିଏ ହେବ ବେଦାନ୍ତର ଭବିଷ୍ୟତ ଚାଲନ୍ତୁ ଜାଣିବ। ପଇସା ଥିଲେ ଉତ୍ତରାଧିକାରୀ କିଏ ହେବ ତାହା ବଡ଼ ଚିନ୍ତା ଗୋଟିଏ ପୁଅକୁ ହରାଇବା ପରେ ଅନିଲ ଅଗ୍ରଓ୍ବାଲ ଏବେ କଣ କରିବେ ତାକୁ ନେଇ ସମସ୍ତଙ୍କ ପ୍ରଶ୍ନ। 
ଖଣି ବ୍ୟବସାୟୀ ଏବଂ ବେଦାନ୍ତ ରିସୋର୍ସର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ପରିବାର ଶୋକରେ ମର୍ମାହତ ହୋଇଛି। ତାଙ୍କ ଏକମାତ୍ର ପୁଅ ଅଗ୍ନିବେଶ ଅଗ୍ରୱାଲଙ୍କ ଆକସ୍ମିକ ମୃତ୍ୟୁ କେବଳ ପରିବାରକୁ ଭାଙ୍ଗି ଦେଇନି ବରଂ ଅନିଲ ଅଗ୍ରୱାଲଙ୍କ ବଡ଼ ବ୍ୟବସାୟର ଭବିଷ୍ୟତ ବିଷୟରେ ବ୍ୟବସାୟୀ ସମ୍ପ୍ରଦାୟରେ ବିତର୍କ ଆରମ୍ଭ କରିଛି। କିଏ ସମ୍ଭାଳିବ ଏତେ ବଡ଼ ଦାୟିତ୍ବ କାହା ମଥାରେ ଢଳାଯିବ ସୁନା କଳସୀ। କିଏ ହେବ ବେଦାନ୍ତର ଭବିଷ୍ୟତ ଚାଲନ୍ତୁ ଜାଣିବ। ପଇସା ଥିଲେ ଉତ୍ତରାଧିକାରୀ କିଏ ହେବ ତାହା ବଡ଼ ଚିନ୍ତା ଗୋଟିଏ ପୁଅକୁ ହରାଇବା ପରେ ଅନିଲ ଅଗ୍ରଓ୍ବାଲ ଏବେ କଣ କରିବେ ତାକୁ ନେଇ ସମସ୍ତଙ୍କ ପ୍ରଶ୍ନ। 

ପୁଅର ମୃତ୍ୟୁ ଏବେ ସମ୍ପତ୍ତିକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି
ଅନିଲ ଅଗ୍ରୱାଲଙ୍କ ଧନୀ ହେବା ଯାତ୍ରା ପ୍ରାୟ ₹35,000 କୋଟି ଟଙ୍କାର ସମ୍ପତ୍ତି ସଂଗ୍ରହ କରିଛି। ଦୁବାଇରେ ରହୁଥିବା ତାଙ୍କ ପୁଅ ଅଗ୍ନିବେଶଙ୍କୁ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଉଥିଲା। ଯଦିଓ ସେ ସିଧାସଳଖ ବେଦାନ୍ତର ବୋର୍ଡରେ ନଥିଲେ, ସେ ଫୁଜୈରା ଗୋଲ୍ଡ ଭଳି କମ୍ପାନୀ ମାଧ୍ୟମରେ ବ୍ୟବସାୟରେ ଜଡିତ ଥିଲେ। ତାଙ୍କ ମୃତ୍ୟୁ ପରେ, ସମସ୍ତଙ୍କ ନଜର ଏବେ ପରିବାରର ପରବର୍ତ୍ତୀ ପିଢ଼ି ଉପରେ।
ତାଙ୍କର ୪୯ ବର୍ଷୀୟ ପୁଅ ଅଗ୍ନିବେଶ ଅଗ୍ରୱାଲଙ୍କ ଦେହାନ୍ତ ସମଗ୍ର ପରିବାରକୁ ଶକ୍ତ ଝଟକା ଦେଇଛି । ଆମେରିକାରେ ଚିକିତ୍ସିତ ହେଉଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣା ପରେ ଏବେ ସମସ୍ତଙ୍କ ନଜର ବେଦାନ୍ତ ଗ୍ରୁପର ଉତ୍ତରାଧିକାରୀ ଉପରେ ରହିଛି । ଅନିଲ ଅଗ୍ରୱାଲଙ୍କ ପରିବାର ବେଶ୍ ଜଣାଶୁଣା । ଏକ ସାଧାରଣ ବ୍ୟବସାୟରୁ ନିଜର ଜୀବନ ଆରମ୍ଭ କରିଥିବା ଅନିଲ ଅଗ୍ରୱାଲ, ୧୯୭୬ରେ ବେଦାନ୍ତ ଗ୍ରୁପର ମୂଳଦୁଆ ପକାଇଥିଲେ । ଆଜି ତାଙ୍କର ବ୍ୟବସାୟ କ୍ଷେତ୍ର ବିଶ୍ୱସ୍ତରରେ ବ୍ୟାପିଛି । ଫୋର୍ବସ ଅନୁଯାୟୀ, ଅଗ୍ରୱାଲ ପରିବାରର ମୋଟ ସମ୍ପତ୍ତି ପ୍ରାୟ ୩୫,୦୦୦ କୋଟି ଟଙ୍କା। 

ଏହାସହ ପଢ଼ନ୍ତୁ: ବାପା ଥାଉ ଥାଉ ଚାଲିଗଲା ପୁଅ: ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରଓ୍ବାଲଙ୍କ ପୁଅଙ୍କର ହୃଦଘାତରେ ମୃତ୍ୟୁ

ଅଗ୍ନିବେଶ ଅଗ୍ରୱାଲ ବ୍ୟବସାୟିକ ଦୁନିଆରେ ଜଣେ ଜଣାଶୁଣା ବ୍ୟକ୍ତି ଥିଲେ । ସେ 'ଫୁଜୈରା ଗୋଲ୍ଡ'ର ପ୍ରତିଷ୍ଠାତା ଥିବା ସହ ହିନ୍ଦୁସ୍ତାନ ଜିଙ୍କ୍‌ର ଅଧ୍ୟକ୍ଷ ମଧ୍ୟ ଥିଲେ । ତାଙ୍କର ଦେହାନ୍ତ ପରେ ଏବେ ସମସ୍ତ ଦାୟିତ୍ୱ ଝିଅ ପ୍ରିୟା ଅଗ୍ରୱାଲଙ୍କ କାନ୍ଧକୁ ଆସିବାକୁ ଯାଉଛି । ପ୍ରିୟା ବର୍ତ୍ତମାନ ବେଦାନ୍ତ ଏବଂ ହିନ୍ଦୁସ୍ତାନ ଜିଙ୍କର ବୋର୍ଡ ସଦସ୍ୟା ଅଛନ୍ତି ଏବଂ ହିନ୍ଦୁସ୍ତାନ ଜିଙ୍କର ଚେୟାରପର୍ସନ ଭାବେ ବଡ଼ ଦାୟିତ୍ୱ ତୁଲାଉଛନ୍ତି । ଆଗାମୀ ଦିନରେ ସେ ବେଦାନ୍ତ ଗ୍ରୁପର ମୁଖ୍ୟ ଭୂମିକାରେ ନଜର ଆସିପାରନ୍ତି ।

ଝିଅ ପ୍ରିୟା ଅଗ୍ରୱାଲ କ’ଣ ଦାୟିତ୍ୱ ନେବେ?

ଅଗ୍ନିବେଶଙ୍କ ବିଦାୟ ପରେ, ଅନିଲ ଅଗ୍ରୱାଲଙ୍କ ଝିଅ ପ୍ରିୟା ଅଗ୍ରୱାଲ ହେବ୍ବରଙ୍କୁ ଏବେ ଉତ୍ତରାଧିକାରୀ ପାଇଁ ଆଗୁଆ ପ୍ରାର୍ଥୀ ଭାବରେ ବିବେଚନା କରାଯାଉଛି। ପ୍ରିୟା ବର୍ତ୍ତମାନ ବେଦାନ୍ତ ଲିମିଟେଡର ଜଣେ ଅଣ-କାର୍ଯ୍ୟକାରୀ ନିର୍ଦ୍ଦେଶକ ଏବଂ ପ୍ରମୁଖ କମ୍ପାନୀ ନିଷ୍ପତ୍ତିରେ ସକ୍ରିୟ ଭୂମିକା ଗ୍ରହଣ କରନ୍ତି। ସେ କେବଳ ବ୍ୟବସାୟରେ ନୁହେଁ ବରଂ ପରିବେଶଗତ ଏବଂ ସାମାଜିକ ଚିନ୍ତା (ESG) କ୍ଷେତ୍ରରେ ମଧ୍ୟ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି।
ଅନିଲ ଅଗ୍ରୱାଲ ନିଜ ସମ୍ପତ୍ତିର ୭୫ ପ୍ରତିଶତ ସମାଜ ସେବା ପାଇଁ ଦାନ କରିବାକୁ ସଂକଳ୍ପ ନେଇଛନ୍ତି । ପୁଅର ମୃତ୍ୟୁ ପରେ ସେ ଭାବୁକ ହୋଇ କହିଛନ୍ତି ଯେ, ଅଗ୍ନିବେଶଙ୍କ ସ୍ୱପ୍ନ ଥିଲା ଦେଶର କୌଣସି ପିଲା ଯେପରି ଭୋକିଲା ନ ରୁହେ ଏବଂ ସମସ୍ତେ ରୋଜଗାର କରନ୍ତୁ । ଏବେ ଏହି ଲକ୍ଷ୍ୟ ଏବଂ ସମାଜସେବା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଗ୍ରୱାଲ ପରିବାର ପ୍ରତିଶ୍ରୁତିବଦ୍ଧ । ପୁଅର ଯିବା ପରେ ଭାରତକୁ ଆତ୍ମନିର୍ଭର କରିବା ମିଶନରେ ସେ ତାଙ୍କ ଝିଅ ପ୍ରିୟାଙ୍କ ସହ ଆଗକୁ ବଢ଼ିବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Who Is Priya Agarwal Hebar? The Woman Set to Manage Vedanta’s ₹35,000 Crore Empire | Argus News