Videos
|
National

ସୁରତରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଦ୍ଵାରା ରାମଲଲାଙ୍କ ପାଇଁ ଶୋଭାଯାତ୍ରା

Arpita Mohanty
Browse all articles by Arpita Mohanty
·2 years ago·1 min read
ସୁରତରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଦ୍ଵାରା ରାମଲଲାଙ୍କ ପାଇଁ ଶୋଭାଯାତ୍ରା

ଅର୍ଗସ ବ୍ୟୁରୋ: ବିରାଜିଲେ ରାମଲାଲା, ଉତ୍ସବ ମୁଖର ସମଗ୍ର ଦେଶ। ଦୀର୍ଘ ୫୦୦ ବର୍ଷର ରକ୍ତାକ୍ତ ସଂଘର୍ଷ ଓ ବଳିଦାନ ପରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହୋଇଛି। ବର୍ଷ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଖାଲି ଦେଶ ନୁହେଁ ବିଦେଶରେ ମଧ୍ୟ ଖୁସିର ଲହରୀ ଛୁଟିଛି। ପୁର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ରାମମୟ ପରିବେଶ ସୃଷ୍ଟି ହୋଇଛି। ଯେମିତି ଓଡ଼ିଶାରେ ଗାଁ ଗାଁ ରେ ରାମଲାଲାଙ୍କ ପାଇଁ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ସେମିତି ରାଜ୍ୟ ବାହାରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ମଧ୍ୟ ଶୋଭାଯାତ୍ରାର ଆୟୋଜନ କରି ଖୁସି ମନାଇଛନ୍ତି।

ସୁରତରେ ରାମଲାଲାଙ୍କ ପାଇଁ ଦେଖିବାକୁ ମିଳିଛି ଏକ ବିଶାଳ ଆୟୋଜନ। ସୁରତରେ ରହୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ଵାରା ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ପରିବେଶ ମାନ ଦେଖିବାକୁ ମିଳିଥିଲା। ସୁରତର ଭେସ୍ତାନ ଠାରେ ଏକ ବିଶାଳ ରାମଧ୍ଵଜ ତୁଳସୀ କୁଣ୍ଡର ରାମ ଲାଲାଙ୍କୁ ନେଇ ଘଣ୍ଟ ମୃଦଙ୍ଗ ଶଙ୍ଖ ଧ୍ୱନିରେ ଶୋଭାଯାତ୍ରାର ଆୟୋଜନ ରଖାଯାଇଥିଲା । ଏହି ଅବସରରେ ଦିବସୀୟ ରାମ କଥାର ମଧ୍ୟ ଏକ ସୁନ୍ଦର ଆୟୋଜନ ରଖାଯାଇଥିଲା। 

ଅଧିକ ପଢ଼ନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: