Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରଫେସର ଅଶୋକ ମହାପାତ୍ର ପାଇବେ ପଦ୍ମଶ୍ରୀ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ପ୍ରଫେସର ଅଶୋକ ମହାପାତ୍ର ପାଇବେ ପଦ୍ମଶ୍ରୀ

Key Points

ଅର୍ଗସ ବ୍ୟୁରୋ : ୨୦୨୫ ବର୍ଷ ପାଇଁ ଗତକାଲି ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଚଳିତ ବର୍ଷ ୭ ଜଣଙ୍କ ପଦ୍ମ ବିଭୂଷଣ, ୧୯ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ । ମୋଟ ୧୩୯ ଜଣ ପାଇବେ ପଦ୍ମ ସମ୍ମାନ। ଏଥିମଧ୍ୟରେ ଓଡ଼ିଶାର ୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ମେଡିସିନ୍ କ୍ଷେତ୍ରରେ ଡାକ୍ତର ଅଶୋକ ମହାପାତ୍ର, କଳାରେ ଅଦୈତ୍ୟ ଚରଣ ଗଡ଼ନାୟକ, ସାହିତ୍ୟ ଓ ଶିକ୍ଷାରେ ପ୍ରତିଭା ଶତପଥୀଙ୍କୁ ପଦ୍ମଶ୍ରୀ ଓ କଳାରେ ଦୁର୍ଗା ଚରଣ ରଣବୀର ପଦ୍ମଶ୍ରୀ ସମ୍ମାନ ପାଇବେ। ତେବେ ମେଡିସିନ୍ କ୍ଷେତ୍ରରେ ପଦ୍ମଶ୍ରୀ ପାଇବାକୁ ମନୋନୀତ ହୋଇଥିବା ଡାକ୍ତର ଅଶୋକ ମହାପାତ୍ରଙ୍କର ଓଡ଼ିଶା ଚିକିତ୍ସା କ୍ଷେତ୍ରରେ ରହିଛି ଉଲ୍ଲେଖନୀୟ ଅବଦାନ। ୧୯୫୨ ମସିହା ଡିସେମ୍ବର ୨୯ ତାରିଖରେ ପୁରୀ ବ୍ରାହ୍ମଣ ଶାସନରେ ଜନ୍ମ ଗ୍ରହଣ କରିଥିଲେ। ସେ ୧୯୭୫ ମସିହାରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ୧୯୭୯ ରେ ଏମ୍‌ଏସ୍‌, ୧୯୮୨ ରେ ନ୍ୟୁରୋ ସର୍ଜରୀରେ ଏମ୍‌.ସିଏଚ , ୧୯୮୩ ରେ ସ୍ନାୟୁଶଲ୍ୟରେ ଡିଏନ୍‌ବି କରିଛନ୍ତି।


ବିଭିନ୍ନ ପଦପଦବୀରେ ରହି ନିର୍ବାହ କରିଛନ୍ତି ଗୁରୁଦାୟିତ୍ବ


ନୂଆଦିଲ୍ଲୀ ଏମସରେ ସ୍ନାୟୁଶଲ୍ୟ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି।

ନୂଆଦିଲ୍ଲୀ ଏମସର ସ୍ନାୟୁବିଜ୍ଞାନ ମୁଖ୍ୟଭାବେ କାର୍ଯ୍ୟକରି ଅବସର ନେଇଛନ୍ତି।

୨୦୧୨ ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଭୁବନେଶ୍ବର ଏମସର ନିର୍ଦ୍ଦେଶକ ଥିଲେ।

ଲକ୍ଷ୍ନୌର ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲର ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଇଛନ୍ତି।

ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ 'ସୋଆ'ର କୂଳପତି ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି।

ସ୍ବାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ଗବେଷଣା ମୂଳକ ତଥ୍ୟକୁ ନେଇ ୧୬ ରୁ ଅଧିକ ପୁସ୍ତକ ରଚନା କରିଛନ୍ତି।

୧୨ ରୁ ଅଧିକ ପିଏଚଡି ଛାତ୍ରୀଛାତ୍ରଙ୍କୁ ଗାଇଡ୍‌ କରି ଆଗକୁ ବଢିବାରେ ସହଯୋଗ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୧୦ ମସିହାରେ ନ୍ୟୁରୋଲୋଜିକାଲ ସର୍ଜନ ସୋସାଇଟ ଅଫ ଇଣ୍ଡିଆ ତାଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା।

ଦେଶରେ ପେଡିଆଟ୍ରିକ୍ ନ୍ୟୁରୋ ସର୍ଜରୀର ବିକାଶରେ ରହିଛି ତାଙ୍କର ବିଶେଷ ଅବଦାନ।

କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗାବବଳିଆଙ୍କ ଅସ୍ତ୍ରୋପଚାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର ଓ ତାଙ୍କ ଟିମ୍।


ପ୍ରଫେସର ମହାପାତ୍ର ତାଙ୍କ କାର୍ଯ୍ୟପାଇଁ ପାଇଥିବା ପୁରସ୍କାର


ନ୍ୟୁରୋ ଅଟୋଲୋଜି କ୍ଷେତ୍ରରେ ଗବେଷଣା ଡଃ ଜିଓ ଭି. ଦେଶା ସ୍ବର୍ଣ୍ଣପଦକ।

ଫାର୍ମାକୋଲୋଜି ଗବେଷଣା ପାଇଁ ସ୍ବର୍ଣ୍ଣ ପଦକ।

ଡାକ୍ତରୀ ଶିକ୍ଷାଦାନ ପାଇଁ ୨୦୦୭ ରେ ବି.ସି ରୟ ଜାତୀୟ ପୁରସ୍କାର ସହ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି। ୨୦୨୫ ବର୍ଷ ପାଇଁ ପଦ୍ମଶ୍ରୀ ପାଇବାକୁ ମନୋନୀତ ହୋଇଛନ୍ତି।

ଚଳିତ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୯ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିବା ପାଇଁ ଘୋଷଣା କରିଛନ୍ତି। ସେଥିମଧ୍ୟରୁ ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବା ନେଇ ଘୋଷଣା କରାଯାଇଛି।


Sponsored
Prof Ashok Mohapatra to get Padma Shri | Argus News